ଭଦ୍ରକ ନାଞ୍ଜିପଦା ଗ୍ରାମରେ ବଧୂ ହତ୍ଯା ଅଭିଯୋଗ: ଶାଶୁ ଶ୍ବଶୁର ଫେରାର୍, ସ୍ବାମୀ ଅଟକ

ଭଦ୍ରକ(କେନ୍ଯୁଜ୍): ପୁଣି ବଧୂ ହତ୍ଯା ଅଭିଯୋଗ। ଅଧିକ ଯୌତୁକ ଦାବି କରି ନବ ବଧୂକୁ ମାରିଦେଇଥିବା ଥାନାରେ ଅଭିଯୋଗ କଲେ ମୃତକଙ୍କ ବାପା ମା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଅଢୁଆଁ ପଂଚାୟତର ନାଞ୍ଜିପଦା ଗ୍ରାମରୁ । ଏହି ଗ୍ରାମର ହରିଆ ମଳିକଙ୍କ ସାନପୁଅ ଅର୍ଜୁନ ମଳିକ ବୈଦିକ ରୀତିରେ ଦୀର୍ଘ ୧୮ମାସ ହେବ ସେହି ଗ୍ରାମର ମୁରଲୀ ମଳିକଙ୍କ ଝିଅ ଗୀତା ମଳିକଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ବେଶ ଖୁସିବାସରେ ଚାଲିଥିବା ବେଳେ ଗୀତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

ବିବାହ ସମୟରେ ଅର୍ଜୁନର ପରିବାର ପକ୍ଷରୁ ଦାବି ମୁତାବକ ଗୀତାର ପରିବାର ଜାନି ଯୌତୁକ ମଧ୍ୟ ଦେଇଥିଲେ । ହେଲେ ଏହି କିଛି ଦିନ ହେବ ଅର୍ଜୁନର ପରିବାର ପକ୍ଷରୁ ଅଧିକ ୫୦ହଜାର ଟଙ୍କା ଦାବି କରି ନିର୍ଯ୍ୟାତନା ଦେଉଥିବା କଥା ଫୋନ ମାଧ୍ୟମରେ ଗୀତା ତାଙ୍କ ବାପା ମାକୁ ଜଣାଇଥିଲା । ପରିବାର ସକ୍ଷମ ଅଭାବରୁ ପରେ ଦେବେ ବୋଲି ଗୀତାର ବାପା କହିଥିଲେ । ହେଲେ ଗତକାଲି ଗୀତାର ବାପା ମା ଖବର ପାଇ ଆସି ଦେଖନ୍ତି ତ ଶ୍ବଶୁର ଘର ଅଗଣାରେ ଗୀତାର ମୃତଦେହ ପଡିଛି ।

ଏନେଇ ଅଧିକ ଯୌତୁକ ପାଇଁ ତାଙ୍କ ଝିଅକୁ ମାରିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ଗୀତାର ମା ଅନୁସୟା ମଳିକ । ଖବର ପାଇ ବାସୁଦେବପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ଗୀତାର ସ୍ୱାମୀ ଅର୍ଜୁନ ମଳିକଙ୍କୁ ଥାନାକୁ ଆଣିଛି। ଅନ୍ଯପଟେ ଶାଶୁ ଶ୍ବଶୁର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.