କାଠଯୋଡ଼ିକୁ ଡେଇଁଲେ ଆଉ ଜଣେ ଦେବବ୍ରତ, ପାଣି ଭିତରେ ଚାଲିଛି ଖୋଜା

କଟକ (କେ ନ୍ୟୁଜ୍‌) : ଜଣେ ଦେବବ୍ରତଙ୍କ ମୃତଦେହ ମିଳିବାର ଦିନ କେଇଟା ପରେ ଆଉ ଜଣେ ଦେବବ୍ରତ କାଠଯୋଡ଼ି ନଦୀକୁ ଡେଇଁପଡ଼ିଛନ୍ତି । କାଠଯୋଡ଼ି ତ୍ରିଶୂଳିଆ ପୋଲ ଉପରୁ ନଈ ଡେଇଁ ପଡ଼ିଛନ୍ତି ଏହି ଯୁବକ ଜଣକ । ତାଙ୍କ ନାଁ ଦେବବ୍ରତ ମାଝୀ । ଘର ଭୁବନେଶ୍ୱର ଗାଡ଼କଣା ଅଞ୍ଚଳରେ । କିଛି ଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇଥିଲା । ଆଜି ରାତିରେ ସେ ଏକ ବାଇକରେ ଆସି ବ୍ରିଜ ଉପରେ ଗାଡ଼ି ରଖିଥିଲେ ।

TRISULIA-2

ହଠାତ୍‌ ତ୍ରିଶୂଳିଆ ପୋଲ ଉପରୁ ଡେଇଁ ପଡ଼ିଥିଲେ । ସେଠାରେ ଥିବା ଲୋକେ ଏକଥା ଦେଖି ପୋଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚିଛି ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.