ସମ୍ବଲପୁର ପାନ ଦୋକାନୀ କରିଲେ ଏପରି ମହତ କାମ, ଦେଖନ୍ତୁ ଭିଡିଓ

ବାଇକ୍ ପଛରେ ବନ୍ଧା ହୋଇଛି ଏକ ବଡ଼ ଟିଣ ଡବା । ତାକୁ ବାବୁ ଜଣକ ଘୋସାରି ଘୋସାରି ନେଉଛନ୍ତି । ଏ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ସହରରେ । ଛୋଟିଆ ଭିଡିଓଟିଏ । ମାତ୍ର ସେଥିରେ ରହିଛି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା । ବ୍ୟକ୍ତିଜଣକ ହେଉଛନ୍ତି ଜଣେ ଚା ଓ ପାନ ଦୋକାନୀ । ତାଙ୍କ ନାଁ କୃଷ୍ଣ ବଗର୍ତ୍ତି । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଦୋକାନ ଦେଇଛନ୍ତି । ତାଙ୍କରି ଦୋକାନ ପାଖରେ ପୌର ନିଗମ ଅଧିକାରୀ ଏଇ ଡଷ୍ଟବିନ୍‌ଟି ରଖି ଦେଇଛନ୍ତି । ତେଣୁ ଆଖପାଖର ସବୁ ଅଳିଆ ଆସି ଏହି ଡଷ୍ଟବିନ୍‌ରେ ପଡ଼େ । ଅଳିଆ ଉଠାଇବାକୁ ଗାଡ଼ି ଆସିଲେ କୃଷ୍ଣ ନିଜେ ଏହି ଡଷ୍ଟବିନ୍‌ଟି ଉଠାଇ ଗାଡ଼ିରେ ଅଳିଆ ସବୁ ପକାଇ ଦେଇ ଆସନ୍ତି ।

ତେବେ ଗତକାଲି କେହି ଜଣେ ଏକ ମଲା କୁକୁରକୁ ସେହି ଡଷ୍ଟବିନ୍‌ରେ ପକାଇ ଦେଇଥିଲା । ଏକଥା ଜାଣିବା ପରେ ପୌର ନିଗମ କର୍ମଚାରୀ ତାକୁ ନେଲେ ନାହିଁ । ଏମିତିକି ଏ ବାବଦରେ ମୋଟା ଅଙ୍କର ଅର୍ଥ ମଧ୍ୟ ମାଗିଲେ । ତେଣୁ କିଛି ଉପାୟ ନପାଇ କୃଷ୍ଣ ଡଷ୍ଟବିନ୍‌ଟିକ୍‌ୁ ନିଜ ବାଇକ୍ ପଛ ପଟେ ବାନ୍ଧି ଡମ୍ପିଂୟାର୍ଡ଼ରେ ଫିଙ୍ଗିବାକୁ ନେଇଗଲେ । ସତରେ ତୁମକୁ ସଲାମ୍ । ତୁମ ସ୍ୱଚ୍ଛ ସମ୍ବଲପୁର ଅଭିଯାନକୁ ଧନ୍ୟବାଦ କୃଷ୍ଣ ବାବୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.