ମାଟ୍ରିକ୍ରେ ଭଲ ରେଜଲ୍ଟ ପାଇଁ ଭଲ ଅଭିଯାନ, ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା କାର୍ଯ୍ୟକ୍ରମ

ବ୍ରହ୍ମପୁର (କେ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲାରେ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଫେଲ ସଂଖ୍ୟା କମାଇବାକୁ ଆରମ୍ଭ ହୋଇଛି ଅଭିଯାନ। ନାଁ ରହିଛି ଡ୍ରାଇଭ ଫର ରେଜଲ୍ଟ ଏନହାନ୍ସମେଣ୍ଟ ଇନ୍ ଆନୁଆଲ ମାଟ୍ରିକୁଲେସନ ଏକ୍ଜାମିନେସନ-ଡ୍ରିମ୍। ଏହି ଅଭିଯାନରେ ଛାତ୍ରଛାତ୍ରୀମାନେ ତ୍ରୈମାସିକ ପରୀକ୍ଷା ପରେ ଓ ଅଧବାର୍ଷିକ ପରୀକ୍ଷା ପୂର୍ବରୁ ସମସ୍ତ ସୋମବାର ଓ ଗୁରୁବାର ୬ଟି ବିଷୟରେ ପରୀକ୍ଷା ଦେବେ।
ଏହି ଅଭିଯାନ ଦ୍ୱାରା ନୂଆ ପ୍ରଶ୍ନପତ୍ର ସହ ଛାତ୍ରଛାତ୍ରୀ ପରିଚିତ ହେବା ସହ ପ୍ରଶ୍ନ ସମ୍ପର୍କରେ ଅବଗତ ହୋଇ ପାରିବେ। ଏହି ଡ୍ରିମ୍ ଅଭିଯାନକୁ ନେଇ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ହୋଇଛି କମନ ଟେଷ୍ଟ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗଣିତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ପରୀକ୍ଷା ଦେଇଛନ୍ତି। ଏପରି ପରୀକ୍ଷା ବାରମ୍ବାର କରାଗଲେ ଛାତ୍ରଛାତ୍ରୀଙ୍କ ମନରୁ ଭୟ ଦୂର ହେବ ବୋଲି ଶିକ୍ଷକମାନେ କହିଛନ୍ତି।