ଚଳିତ ସପ୍ତାହ ଶେଷ ଆଡ଼କୁ ଆଉ ଏକ ଲଘୁଚାପ ସୃଷ୍ଟି ! ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର(କେନ୍ୟୁଜ): ଚଳିତ ସପ୍ତାହ ଶେଷ ଆଡ଼କୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ଲଘୁଚାପ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନ କିମ୍ବା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ୨୪ ତାରିଖ ଆଡ଼କୁ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଯାଏ ଏହାର ପ୍ରଭାବ ପଡ଼ିବ ବୋଲି ଜାସନ ନିକୋଲସ ଟ୍ଵିଟ କରିଛନ୍ତି । ଗତ ୨୪ ଘଣ୍ଟା ହେଲା ମୌସୁମୀ ଅପସାରଣ ବନ୍ଦ ରହିଛି । ଦିନେ ଦୁଇ ଦିନ ମଧ୍ୟରେ ପୁଣି ମୌସୁମୀ ଅପସାରଣ ପ୍ରକ୍ରିୟା ଚାଲୁ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.