ଜନସାଧାରଣଙ୍କ ସହଜ ଯାତାୟତ ଓ ନିରାପଦ ପାଇଁ କ୍ରୁଟ୍‌କୁ ଆଉ ଏକ ଜାତୀୟ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ): କ୍ରୁଟକୁ ସ୍ମାର୍ଟ ସଲ୍ୟୁସନ ଚ୍ୟାଲେଞ୍ଜ ଆଣ୍ଡ ଇନ୍‌କ୍ଲୁସିଭ ସିଟିଜ୍‌ ଆୱାର୍ଡ-୨୦୨୨ । ରାଜ୍ୟରେ ସହରାଞ୍ଚଳ ପରିବହନ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟକୁ ମିଳିଛି ଏହି ପୁରସ୍କାର।

crut 2

ଜନସାଧାରଣଙ୍କ ସହଜ ଯାତାୟତ ଓ କ୍ରୁଟ ମୋ ବସ ସେବାରେ ଅଭିନବ ଓ ନିରାପଦ ଯାତ୍ରାର ଅନୁଭୂତି ଦେବା ଦିଗରେ କାର୍ଯ୍ୟକାରୀ କରିଥିବା ଉନ୍ନତ ପଦକ୍ଷେପ ଯୋଗୁଁ ୧ ତାରିଖ ଦିନ ନୂଆଦିଲ୍ଲୀ ଠାରେ କ୍ରୁଟ୍‌ ଜେନେରାଲ ମ୍ୟାନେଜର ଦିପ୍ତୀ ମହପାତ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ହର୍‌ଦୀପ୍‌ ସିଂ ପୁରୀଙ୍କ ଠାରୁ ସ୍ମାର୍ଟ ସଲ୍ୟୁସନ୍‌ ଚ୍ୟାଲେଞ୍ଜ ଆଣ୍ଡ୍‌ ଇନ୍‌କ୍ଲୁସିଭ୍‌ ସିଟିଜ୍‌ ଆଓ୍ଵାର୍ଡ-୨୦୨୨ ସମ୍ମାନ ଗ୍ରହଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.