Below header

ପାଣିକୋଇଲି ଛକ ନିକଟ ହୋଟେଲରୁ ସେକ୍ସ ରାକେଟ ଠାବ, ୬ ଗିରଫ

ଯାଜପୁର ରୋଡ଼(କେନ୍ୟୁଜ୍): ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସକୁ ମିଳିଛି ବଡ଼ ସଫଳତା। ପାଣିକୋଇଲି ଛକ ନିକଟ ଏକ ହୋଟେଲରୁ ସେକ୍ସ୍ ରାକେଟ ଠାବ କରିବାରେ ପୋଲିସ ସକ୍ଷମ ହୋଇଛି। ସେଠାରୁ ଜଣେ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହା ସହିତ ହୋଟେଲକୁ ସିଲ୍ କରିଛି ପୋଲିସ।

sex racket

ସୂଚନା ମୁତାବକ ପାଣିକୋଇଲି ଛକ ନିକଟ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଶ୍ରୀହରୀ କଟେଜ୍ ନାମକ ଏକ ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା। ତେବେ ଗତକାଲି ପୋଲିସ ଏହି ହୋଟେଲରେ ଚଢ଼ାଉ କରି ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଗ୍ରାହକଙ୍କୁ କାବୁ କରି ଥାନାକୁ ନେଇଥିଲା। ପରେ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜର ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପାଣିକୋଇଲି ପୋଲିସ। ତେବେ ଆଜି ମଧ୍ୟାହ୍ନରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେପଟେ ଏହି ହୋଟେଲକୁ ମଧ୍ୟ ପୋଲିସ ସିଲ୍ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.