ସୋର: ପୋଖରୀରୁ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ): ପୋଖରୀରୁ ମୃତଦେହ ଉଦ୍ଧାର ପରେ ହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ସୋର ଥାନା କାନପୁର ଗାଁରୁ ଗ୍ରାମର ନୃସିଂହ ସାହୁଙ୍କ ମୃତଦେହ ତାଙ୍କ ପୋଖରୀରୁ ଉଦ୍ଧାର ହୋଇଥିଲା। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ସେପଟେ ତାଙ୍କ ପରିବାର ନୃସିଂହଙ୍କୁ ହତ୍ୟା କରାଯାଇଥିବା ନେଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି।

କିଛିଦିନ ପୂର୍ବରୁ ତାଙ୍କର କିଛି ଲୋକଙ୍କ ସହିତ ପାଟିତୁଣ୍ଡ ହେବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏଥିରେ ଅଭିଯୁକ୍ତ ଜେଲ ଯାଇ ପରେ ପ୍ରତିଶୋଧ ନେବାକୁ ଧମକ ଦେଇଥିବା ପରିବାର ଲୋକ କହିଛନ୍ତି। ଗତ ସୋବାର ରାତିରୁ ସେ ନିଖୋଜ ଥିଲେ। ଆଜି କିନ୍ତୁ ତାଙ୍କର ମୃତଦେହ ଘରପଛ ପୋଖରୀରୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.