ଝରାଫୁଲ ଓ ରାକେଶକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଭିଜୁଆଲ୍: ପୋଖରୀପୁଟ ଅଞ୍ଚଳରେ ଘଟଣା ଦିନ ଉଭୟ ଏକାଠି ଖାଇଥିଲେ ବିରିୟାନୀ

ଭୁବନେଶ୍ବର: ଝରାଫୁଲ ମୃତ୍ୟୁ ଘଟଣାର ଆଉ ଏକ ଭିଜୁଆଲ । ଗୋଟିଏ ପରେ ଗୋଟିଏ ଏକ୍ସଳୁସିଭ୍ ଭିଜୁଆଲ ସାମ୍ନାକୁ ଆସିବାରେ ଲାଗିଛି। ରେଷ୍ଟୁରାଣ୍ଟ ଭିତର ଓ ବାହାର ଭିଜୁଆଲ ଏବେ ହସ୍ତଗତ ହୋଇଛି । ପୋଖରୀପୁଟ ଅଞ୍ଚଳର ବ୍ରଦର୍ସ ରେଷ୍ଟୁରାଣ୍ଟରେ ଖାଇବାର ଭିଜୁଆଲ । ଏହି ରେଷ୍ଟୁରାଣ୍ଟରେ ୨୬ ତାରିଖ ଦିନ ରାକେଶ ଓ ଝରାଫୁଲ ଖାଇଥିଲେ । ଦିନ ଗୋଟାଏ ସମୟରେ ଏହି ରେଷ୍ଟୁରାଣ୍ଟରେ ବିରିୟାନୀ ଖାଇଥିଲେ । ଏହାପରେ ସ୍କୁଟିରେ ଉଭୟ ଅନ୍ୟ କେଉଁ ସ୍ଥାନକୁ ଚାଲି ଯାଇଥିଲେ ।

ଯାଜପୁରରେ ଦେଖାଦେଇଥିବା ସ୍କୁଟି ଓ ରେଷ୍ଟୁରାଣ୍ଟ ସମ୍ମୁଖରେ ଥିବା ସ୍କୁଟି ସମାନ । ଏହାସହ ଝରାଫୁଲ ପିନ୍ଧିଥିବା ପୋଷାକ ମଧ୍ୟ ସମାନ । ରେଷ୍ଟୁରାଣ୍ଟ ସାମ୍ନାରେ ଦୁହେଁ ହେଲମେଟ ପିନ୍ଧିଥିବା ବେଳେ ଯାଜପୁର ଭିଜୁଆଲରେ କେବଳ ଗାଡ଼ି ଚଲାଉଥିବା ବ୍ୟକ୍ତି ହେଲମେଟ ପିନ୍ଧିଥିଲେ । ଦିନ ୧୧ଟା ବେଳେ ବାଣୀବିହାର ଛକରେ ଝରାଫୁଲ ଓହ୍ଲାଇଥିଲେ । ଏହାପରେ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ । ରାକେଶଙ୍କ ସହ ସେଠାରୁ ଝରାଫୁଲ ସ୍କୁଟିରେ ଯାଇଥିଲେ ।

ପୋଖରୀପୁଟ ଅଞ୍ଚଳରେ ଏହି ରେଷ୍ଟୁରାଣ୍ଟରେ ଲଞ୍ଚ କରିଥିଲେ ଝରାଫୁଲ । ଝରାଫୁଲଙ୍କ ସାଙ୍ଗରେ ଅଛି ରାକେଶ । ରାକେଶ ଗାଡି ଚଲାଉଥିବା ବେଳେ ପଛରେ ବସିଛନ୍ତି ଝରାଫୁଲ । ତେବେ ଅଭିଯୁକ୍ତ ରାକେଶ ହୋଟେଲରେ ବିରିୟାନୀ ଖାଇଥିବା କୂଆଖିଆ ପୋଲିସକୁ ଜେରା ବେଳେ କହିଥିଲା । ଏହି ସେହି ହୋଟେଲ, ଯେଉଁଠାରେ ବିରିୟାନୀ ଖାଇଥିଲେ ଉଭୟ । ବିରିୟାନୀରୁ ବିଷକ୍ରିୟା ହୋଇଥିବା ଅଭିଯୁକ୍ତ ପୋଲିସକୁ କହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.