ଯାଜପୁର:ଲକଡାଉନ ଛଡାଇଛି ମୁହଁରୁ ଆହାର, ଭୋକିଲା ପେଟକୁ ଦାନା ଯୋଗାଇଲା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ

ଯାଜପୁର(କେନ୍ୟୁଜ): ସାରା ରାଜ୍ୟରେ ଲକ ଡାଉନ ଘୋଷଣା ପରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା ଗରିବ ଶ୍ରେଣୀରେ ଲୋକେ । ଲକ ଡାଉନ ଯେପରି ତାଙ୍କ ମୁହଁରୁ ଆହାର ଛଡାଇନେଇଛି । ଏଭଳି ପରିସ୍ଥିତିରେ ଭୋକିଲା ପେଟକୁ ଦାନା ଯୋଗାଇଛି ଯାଜପୁର ଜିଲ୍ଲା ଜାରକାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ । ଆଜି ଟ୍ରଷ୍ଟରେ ସଂପାଦକ ହିମାଂଶୁ ଶେଖର ସାହୁ ଓ ସଦସ୍ୟମାନେ ଧର୍ମଶାଳା ବ୍ଲକ ଆରୁହା ପଂଚାୟତରେ ପହଂଚି ସେଠାରେ ବସବାସ କରୁଥିବା ଦିନ ମଜୁରିଆ, ଭିନ୍ନକ୍ଷମ, ଗରିବ ଶ୍ରେଣୀର ଲୋକ ଓ ପିଲାମାନଙ୍କ ମୁହଁରେ ଦାନା ଦେଇଛନ୍ତି । ରନ୍ଧା ଖାଦ୍ୟ ଉପମା, ଡାଲମା ପ୍ରସ୍ତୁତ କରି ଲୋକମାନଙ୍କୁ ବଂଟନ କରିବା ସହ ଶୁଖିଲା ଖାଦ୍ୟ ଚୁଡା, ଚିନି, ବିସ୍କୁଟ ଆଦି ପ୍ରଦାନ କରିଥିଲେ ।

anshuman memoria trust

ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ସାମିଲ ହେବା ସହ ତହସିଲ ପକ୍ଷରୁ ମଧ୍ୟ ପଂଚାୟତରେ ଥିବା କୁଷ୍ଠ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଲକ ଡାଉନ ବଳବତର ଥିବା ପର୍ଯ୍ୟନ୍ତ ଏମାନଙ୍କୁ ନିୟମିତ ଭାବେ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.