ରାଜଧାନୀର ୫୦ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡ଼ି: ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀର ୫୦ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡ଼ି। ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଥିବା ପ୍ରେସମିଟରେ ଏହି  ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି। ତୃତୀୟ ପର୍ଯ୍ୟାୟ ସେରୋ ଭୁବନେଶ୍ୱରର ୫୦% ଲୋକଙ୍କୁ ଛୁଇଁଗଲାଣି କରୋନା। କରୋନା ସଂସ୍ପର୍ଶରେ ଆସିବା ପରେ ଦେହରେ ବିକଶିତ ହୋଇଛି ଆଣ୍ଟିବଡ଼ି।

ଗତ ୧୬ରୁ ୧୮ ମଧ୍ୟରେ ହୋଇଥିଲା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ । BMCର ୨୫ ଓ୍ଵାର୍ଡରୁ ସଂଗ୍ରହ ହୋଇଥିଲା ୧୪୦୩ ସାମ୍ପଲ୍‌ । ପ୍ରଥମ ସେରୋ ସର୍ଭେରେ ୧.୪୨ ପ୍ରତିଶତ ଆଣ୍ଟିବଡି ଥିଲା । ଜୁଲାଇ ୧୧ରେ ପ୍ରଥମ ସେରୋ ସର୍ଭେ ହୋଇଥିଲା । ଦ୍ୱିତୀୟ ସେରୋ ସର୍ଭେରେ ୫.୧% ଆଣ୍ଟିବଡି ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.