Below header

ଆସନ୍ତାକାଲି ପୁଣି ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ମଧ୍ୟସ୍ଥତା କେନ୍ଦ୍ରରେ ପୁଣି ହାଜର ହେବେ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ଆଜି ତାଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ। କାଲି କନ୍ସିଲିଏସନ ସମୟରେ ନିଜେ ବିଚାରପତି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ପୂର୍ବରୁ ଅନୁଭବଙ୍କ ପକ୍ଷରୁ କୋର୍ଟରେ ଉପସ୍ଥାପନ କରାଯାଇଥିବା ଦୁଇଟି ପିଟିସନ ଉପରେ ବର୍ଷା ପ୍ରିୟଦର୍ଶୀନିଙ୍କ ପକ୍ଷରୁ ଆଜି ଜବାବ ରଖା ଯାଇଛି ।

ଅନୁଭବ ମହାନ୍ତିଙ୍କ ପକ୍ଷରୁ ପୂର୍ବରୁ ରୁଜୁ ଦୁଇଟି ମିସ କେଶର ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଉଭୟଙ୍କର ସାମାଜିକ ପ୍ରତିଷ୍ଠା ଥିବାରୁ ଗଣମାଧ୍ୟମରେ ଏହି ମାମଲାର ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ନିବେଦନ କରି ଏକ ପିଟିସନ ରୁଜୁ ହୋଇଥିବା ବେଳେ, ତାଲାବନ୍ଦ ଚାଲିଥିବାରୁ ମାମଲାର ଶୁଣାଣି ଭିଡ଼ିଓ କନଫେରେନସିଂ ଜରିଆରେ କରାଯିବାକୁ ନିବେଦନ କରି ଆଉ ଏକ ମିସ କେଶ ରୁଜୁ କରାଯାଇଥିଲା । ସେହିପରି ମଧ୍ୟସ୍ଥତା ପ୍ରକ୍ରିୟାକୁ ବନ୍ଦ କରିବାକୁ ନିବେଦନ ଓ ବର୍ଷାଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଆଣି ଗତକାଲି ଅନୁଭବଙ୍କ ପକ୍ଷରୁ ଦୁଇଟି ମେମୋ ଉପସ୍ଥାପନ କରାଯାଇଥିଲା। ତେବେ ଆଜି ଅନୁଭବ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିବା ବେଳେ ବର୍ଷା ହାଜର ହୋଇ ପାରି ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.