Below header

ଗଳା ଜନିତ ସମସ୍ୟା ପାଇଁ ଲାଭକାରୀ ହୋଇଥାଏ ମାତ୍ର ଦୁଇଟି ଲବଙ୍ଗ, ଖାସ ଉପାୟରେ କରନ୍ତୁ ବ୍ୟବହାର

ଆୟୁର୍ବେଦ ଶାସ୍ତ୍ରରେ ଲବଙ୍ଗର ଏକ ବିଶେଷ ମହତ୍ତ୍ୱ ରହିଛି । ଅନେକ ଶାରୀରିକ ସମସ୍ୟା ପାଇଁ ଏହା ଲାଭଦାୟୀ ହୋଇଥାଏ । ଅନ୍ୟାନ ରୋଗ ସମେତ ଗଳା ସମ୍ବନ୍ଧିୟ ଯେକୌଣସି ଅସୁବିଧା ପାଇଁ ବି ଲବଙ୍ଗ ଲାଭକାରୀ ହୋଇଥାଏ । ଖାଲି ଗଳାଦୋଷ ନୁହେଁ ଶରୀରରୁ ଥଣ୍ଡା ଦୋଷ ଦୂର କରିବାରେ ବି ଲବଙ୍ଗ ବେଶ ଉପକାରୀ । ମାତ୍ର ଦୁଇଟି ଲବଙ୍ଗରେ ଦୀର୍ଘ ଦିନର ଗଳା ଦୋଷ ଦୂର ହୋଇପାରିବ । କିନ୍ତୁ ଏଥିପାଇଁ କିଛି ଖାସ ତରିକାରେ ଲବଙ୍ଗର ବ୍ୟବହାର କରିବାକୁ ପଡିବ ।

ଆୟୁର୍ବେଦ ବିଶେଷଜ୍ଞ ଡ଼ଃ ଅବରାର ମୁଲତାନିଙ୍କ ଅନୁଯାୟୀ, ଲବଙ୍ଗରେ ପ୍ରଚୁର ମାତ୍ରାରେ ଆଣ୍ଟି ଇନଫଳାମାଟୋରି ଓ ଆଣ୍ଟି ବ୍ୟାକ୍ଟେରିୟଲ ଗୁଣ ରହିଥାଏ । ଯାହା ଋତୁ ପରିବର୍ତ୍ତନ ଅନୁଯାୟୀ ଦେଖାଯାଉଥିବା ଶାରୀରିକ ଅସୁବିଧା ଗୁଡିକରେ ବେଶ ଲାଭଦାୟୀ ହୋଇଥାଏ ।

cloves

ଡ଼ଃ ମୁଲତାନୀଙ୍କ ଅନୁଯାୟୀ ମାତ୍ର ଦୁଇଟି ଲବଙ୍ଗ ନେଇ ତାହାକୁ ଧିମା ଆଞ୍ଚରେ ଧୀରେ ଧୀରେ ଭାଜି ଦିଅନ୍ତୁ । କିଛି ସମୟ ପରେ ଆପଣ ଲକ୍ଷ କରିପାରିବେ ଲବଙ୍ଗ ଦୁଇଟି ଫୁଲି ଯାଇଥିବ । ଏବେ ଲବଙ୍ଗ ଦୁଇଟିକୁ ମୁହଁରେ ରଖି ଚୁସନ୍ତୁ | ମନେରଖିବେ ଏହାକୁ ସଂଗେ ସଂଗେ ଢୋକିବେ ନାହିଁ । କିଛି ସମୟ ଚୁଷିବା ପରେ ଆପଣ ନିଜେ ଅନୁଭବ କରିପାରିବେ କାଶ ଓ କଥା କହିବାରେ ହେଉଥିବା ସମସ୍ତ ଅସୁବିଧାରୁ ମୁକ୍ତି ମିଳିବ ।

ଲବଙ୍ଗରେ ଥିବା ଅନ୍ୟ ସମସ୍ତ ଫାଇଦା:

– ଲବଙ୍ଗରେ ଥିବା ଇଉଗେନାଲ ଲିଭର ପାଇଁ ଲାଭଦାୟୀ ହୋଇଥାଏ ।

– ଅନେକ ଅଧ୍ୟୟନରୁ ଜଣାଯାଇଛିଯେ ଶରୀରରେ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ କରିଥାଏ ।

– ଦୁର୍ବଳ ହାଡ଼କୁ ମଜବୁତ କରିଥାଏ ଲବଙ୍ଗ।

– ଏସବୁ ବାଦ ମୁହଁର ଦୁର୍ଗନ୍ଧ ଦୂର କରିବାରେ ଲବଙ୍ଗ ଲାଭକାରୀ ହୋଇଥାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.