ଚତୁର୍ଥୀ ରାତିରେ ସ୍ୱାମୀ ପାଲଟିଲା ରାକ୍ଷସ, ଋତୁମତୀ ପତ୍ନୀଙ୍କୁ ମାଡ଼ ମାରିବା ପରେ କଲା ଦୁଷ୍କର୍ମ

ମିଶରରେ ଏକ ଟିଭି ଶୋ’ର ଏକ ସିନ୍‌ ପରେ ମହିଳାମାନେ ନିଜ ସହ ହୋଇଥିବା ଦୁଃଖଦ ଅନୁଭବକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏ ଅବସରରେ ଜଣେ ମହିଳା କହିଛନ୍ତି ଯେ ତାଙ୍କ ସ୍ୱାମୀ ବହୁତ ସମ୍ବେଦନଶୀଳ ଓ ଭଲ ଲୋକ ଥିଲେ। କିନ୍ତୁ ସେ ଗର୍ଭବତୀ ଥିବା ବେଳେ ସେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ତା’ପରଠୁ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା।

ମହିଳା ଜଣକ କହିଥିଲେ ଯେ ବିବାହର ବର୍ଷେ ପରେ ସେ ଗର୍ଭଧାରଣ କରିଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ତାଙ୍କ ସହ ଜବରଦସ୍ତି ସମ୍ପର୍କ ରଖିବାକୁ ଚାହିଁଥିଲେ। କିନ୍ତୁ ସେ ରାଜି ନ ହେବାରୁ ସ୍ୱାମୀ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଫଳରେ ତାଙ୍କ ଛୁଆ ନଷ୍ଟ ହୋଇଯାଇଥିଲା। ଦୀର୍ଘଦିନ ଧରି କଳି ଝଗଡ଼ା ହେବା ପରେ ସେ ଛାଡ଼ପତ୍ର ନେଇଥିବା କହିଛନ୍ତି।

ସେହିପରି ଆଉ ଜଣେ ମହିଳା କହିଛନ୍ତି, ଚତୁର୍ଥୀ ବେଳେ ତାଙ୍କର ପିରିୟଡ୍ସ ହୋଇଥିଲା। ଏଣୁ ସେ ସ୍ୱାମୀଙ୍କ ସହ ସେକ୍ସ କରିବାକୁ ମନା କରିଥିଲେ। କିନ୍ତୁ ସ୍ୱାମୀଙ୍କୁ ଲାଗିଲା ଯେ ସେ ଇଣ୍ଟିମେଟ୍‌ ହେବାକୁ ମନା କରୁଛନ୍ତି। ଏଣୁ ସ୍ୱାମୀ ତାଙ୍କୁ ମାରପିଟ୍‌ କରିଥିଲେ ଓ ପରେ ରେପ୍‌ କରିଥିଲେ।

ରିପୋର୍ଟ ମୁତାବକ, ପ୍ରତିବର୍ଷ ପ୍ରାୟ ୬୫୦୦ଟି ଏଭଳି କେସ୍‌ ମିଶରରୁ ଆସିଥାଏ। ଯେଉଁଥିରେ ସ୍ୱାମୀମାନେ ହିଁ ସ୍ତ୍ରୀଙ୍କ ସହ ଦୁଷ୍କର୍ମ କରିଥାନ୍ତି କିମ୍ବା ଜବରଦସ୍ତି ସମ୍ପର୍କ ସ୍ଥାପନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.