Below header

ଘରେ ମିନିଟରେ ପ୍ରସ୍ତୁତ କରନ୍ତୁ କଶ୍ମୀର ପନୀର, ମନ କିଣିନେବ ସ୍ୱାଦ

ଆବଶ୍ୟକ ସାମଗ୍ରୀ

ପନୀର ଖଣ୍ଡ – ୧ କପ୍‌
କ୍ଷୀର – ଦେଢ଼ କପ୍‌
ତେଲ – ଏକ ଚାମଚ୍‌
ଜିରା – ଅଧା ଚାମଚ୍‌
ହଳଦି ପାଉଡର – ୧/୪ ଚାମଚ୍‌
ତେଜପତ୍ର – ୨ଟି
ସୁଣ୍ଠି ପାଉଡର – ୧/୨ ଚାମଚ
ଗରମ ମସଲା ପାଉଡର – ୧/୨ ଚାମଚ
ଲୁଣ – ସ୍ୱାଦାନୁସାରେ
କେସର – ଚିମୁଟାଏ
ଲବଙ୍ଗ – ୩ଟି
ଅଳେଇଚ – ୩ଟି
ପାନ ମଧୁରୀ – ୨ ଚାମଚ
ମେଥୀ – ୧ ଚାମଚ

paneerପ୍ରସ୍ତୁତି ପ୍ରଣାଳୀ

କଶ୍ମୀର ପନୀର ବନାଇବା ପାଇଁ ସବୁଠାରୁ ପ୍ରଥମେ ଲବଙ୍ଗ, ଅଳେଇଚ, ପାନମଧୁରୀ ଏବଂ ମେଥି ପାଉଡର ବନାଇ ଦିଅନ୍ତୁ। ଏହାପରେ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଜିରା ଏବଂ ପ୍ରସ୍ତୁତ କରିଥିବା ପାଉଡରକୁ ପକାଇ ଦିଅନ୍ତୁ। ଏହାପରେ କ୍ଷୀର ପକାଇ ଦିଅନ୍ତୁ ଏବଂ ଏହାକୁ ଫୁଟାନ୍ତୁ। ଯେତେବେଳେ କ୍ଷୀର ଫୁଟିବା ଆରମ୍ଭ କରିବ ସେଥିରେ ହଳଦି ପାଉଡର, ପାନ ମଧୁରୀ ପାଉଡର, ଗରମ ମସଲା ପାଉଡର, ତେଜପତ୍ର ଏବଂ କେସର ପକାଇ ମିଶାନ୍ତୁ। ଏହାକୁ ଧିମା ଆଞ୍ଚରେ ଫୁଟିବା ପାଇଁ ଛାଡନ୍ତୁ। ଏହାପରେ ପନୀର ଖଣ୍ଡକୁ ପ୍ୟାନରେ ପକାଇ ଦିଅନ୍ତୁ। ପନୀର ନରମ ହୋଇଗଲା ପରେ ଏହାକୁ ଗ୍ୟାସରୁ ବାହାର କରିଦିଅନ୍ତୁ। ଏହାପରେ ଏହାକୁ ଧନିଆ ପତ୍ରରେ ସଜାଇ ଗରମା ଗରମ ଭାତ କିମ୍ବା ଚଟଣୀ ସହିତ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.