Below header

୫ ଶିଳ୍ପ ପ୍ରକଳ୍ପକୁ ହାଇ ଲେଭଲ କ୍ଲିୟରାନ୍‌ସ ଅଥରିଟିର ଅନୁମୋଦନ, ନିବେଶ ହେବ ମୋଟ୍‌ ୩୫ ହଜାର ୭୬୦ କୋଟି ଟଙ୍କା

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହାଇ ଲେଭଲ କ୍ଲିୟରାନ୍‌ସ ଅଥରିଟି-HLCA ବୈଠକ ବସିଥିଲା । ଏଥିରେ ଆଇଟି, ଷ୍ଟିଲ, କେମିକାଲ ଆଣ୍ଡ ଟେକ୍ସଟାଇଲ କ୍ଷେତ୍ରରେ ୫ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଷ୍ଟିଲ ସେକ୍ଟରରେ ୨ଟି, ଗୋଟିଏ ଗ୍ରୀନ ଏନର୍ଜି ଓ ଇକ୍ୟୁପମେଣ୍ଟ ପ୍ରକଳ୍ପ, କେମିକାଲ ସେକ୍ଟରରେ ଗୋଟିଏ ଓ ଟେକ୍ନିକାଲ ଟେକ୍ସଟାଇଲ ସେକ୍ଟରରେ ଗୋଟିଏ ପ୍ରକଳ୍ପ ପ୍ରତିଷ୍ଠା ହେବ

ଭୁବନେଶ୍ବର(କେନ୍ୟୁଜ୍): ୫ ଶିଳ୍ପ ପ୍ରକଳ୍ପକୁ ହାଇ ଲେଭଲ କ୍ଲିୟରାନ୍‌ସ ଅଥରିଟି-HLCAର ଅନୁମୋଦନ । ଏହି ୫ଟି ପ୍ରକଳ୍ପରେ ନିବେଶ ହେବ ମୋଟ୍‌ ୩୫ ହଜାର ୭୬୦ କୋଟି । ଏହାଦ୍ୱାରା ୩୮ହଜାର ଶହେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହାଇ ଲେଭଲ କ୍ଲିୟରାନ୍‌ସ ଅଥରିଟି-HLCA ବୈଠକ ବସିଥିଲା । ଏଥିରେ ଆଇଟି, ଷ୍ଟିଲ, କେମିକାଲ ଆଣ୍ଡ ଟେକ୍ସଟାଇଲ କ୍ଷେତ୍ରରେ ୫ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ଷ୍ଟିଲ ସେକ୍ଟରରେ ୨ଟି, ଗୋଟିଏ ଗ୍ରୀନ ଏନର୍ଜି ଓ ଇକ୍ୟୁପମେଣ୍ଟ ପ୍ରକଳ୍ପ, କେମିକାଲ ସେକ୍ଟରରେ ଗୋଟିଏ ଓ ଟେକ୍ନିକାଲ ଟେକ୍ସଟାଇଲ ସେକ୍ଟରରେ ଗୋଟିଏ ପ୍ରକଳ୍ପ ପ୍ରତିଷ୍ଠା ହେବ । ଭଦ୍ରକରେ ଟେକ୍ସଟାଇଲ ପାର୍କ, ଢେଙ୍କାନାଳ ଜିଲ୍ଲା ନେଉଳପୋଇରେ ଆଇଟି ପ୍ରକଳ୍ପ ସ୍ଥାପନ କରାଯିବ । କେନ୍ଦୁଝରରେ ଦୁଇଟି ଷ୍ଟିଲ କାରଖାନା ଓ ଜଗତସିଂହପୁରରେ କେମିକାଲ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.