ପୋଷା କୁକୁରକୁ ଦୁଷ୍କର୍ମ କରିବା ଅପରାଧରେ ବନ୍ଧା ହେଲା ୬୦ ବର୍ଷର ବୃଦ୍ଧ

ବେଳେ ବେଳେ ଏମିତି ଅଦ୍ଭୁତ ଖବର ନଜରକୁ ଆସେ ଯାହାକୁ ଶୁଣିଲେ ଲାଜରେ ମୁଣ୍ଡ ନଇଁଯାଏ । ଏଭଳି ଏକ ଅଦ୍ଭୁତ ଖବର ଦେଖିବାକୁ ମିଳିଛି କୋଲକାତା ସାଉଥ ୨୪ ପ୍ରଗଣାର ଚୌହାତି ପୟାରବାଗାନ ଅଂଚଳରେ । ଏଠାରେ ନିଜର ପୋଷା କୁକୁରକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧକୁ ପୋଲିସ ଗିରଫ କରିଛି ।

କୋଲକାତା : ବେଳେ ବେଳେ ଏମିତି ଅଦ୍ଭୁତ ଖବର ନଜରକୁ ଆସେ ଯାହାକୁ ଶୁଣିଲେ ଲାଜରେ ମୁଣ୍ଡ ନଇଁଯାଏ । ଏଭଳି ଏକ ଅଦ୍ଭୁତ ଖବର ଦେଖିବାକୁ ମିଳିଛି କୋଲକାତା ସାଉଥ ୨୪ ପ୍ରଗଣାର ଚୌହାତି ପୟାରବାଗାନ ଅଂଚଳରେ । ଏଠାରେ ନିଜର ପୋଷା କୁକୁରକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧକୁ ପୋଲିସ ଗିରଫ କରିଛି ।

ପୋଲିସ ସୂଚନା ଅନୁଯାୟୀ, କିଛି ଦିନ ଧରି ପଡୋଶୀମାନେ ଅଭିଯୁକ୍ତ ରତିକାନ୍ତ ସର୍ଦ୍ଦାରକୁ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ସିସିଟିଭି କ୍ୟାମେରାରେ ଦେଖିଥିଲେ । କୁକୁର ଜୋରରେ ଭୁକିବାକୁ ପଡୋଶୀ ଅନୁସନ୍ଧାନ କରିଥିଲେ । ଯେଉଁଠି ରତିକାନ୍ତ ଉଲଗ୍ନ ଅବସ୍ଥାରେ କୁକୁର ସହ ଥିବା ଦେଖିବାକୁ ମିଳିଥିଲା ।

ରତିକାନ୍ତ ଦୀର୍ଘ ଦୁଇ ବର୍ଷ ଧରି କୁକୁର ସହ ଦୁଷ୍କର୍ମ କରି ଆସୁଥିଲା ବୋଲି ପଡୋଶୀମାନେ ଅଭିଯୋଗ କରିଥିଲେ ।ଏପରି ଘୃଣ୍ୟ କାର୍ଯ୍ୟରୁ ବିରତ ହେବା ସହ କୁକୁରକୁ ମୁକ୍ତ କରିଦେବାକୁ ଆମେ ତାକୁ ବାରମ୍ବାର କହିଆସୁଥିଲୁ । ହେଲେ ସେ ଆମ କଥା ଶୁଣୁନଥିଲା ବୋଲି ପଡୋଶୀମାନେ ଅଭିଯୋଗ କରିଛନ୍ତି ।

ପଡୋଶୀମାନେ ରତିକାନ୍ତ ସହ କୁକୁରର ଦୁଷ୍କର୍ମ କାର୍ଯ୍ୟର ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରିଥିଲେ । ଜଣେ ପଶୁ ପ୍ରେମୀ ଏହି ଭିଡିଓ ଦେଖିବା ପରେ ସୋନପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଏହି ଘଟଣା ସମସ୍ତଙ୍କ ନଜରକୁ ଆସିଥିଲା । ଏବେ ଅଭିଯୁକ୍ତକୁ ଆଇପିସି ଦଫା ୩୭୭ ଓ ପଶୁ ନିଷ୍ଠୁରତା ଦଫା ୧୧ ରେ ଗିରଫ କରାଯାଇ କୋର୍ଟ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.