ଉଦଘାଟନର ୯ ଦିନ ପରେ ଭୁଶୁଡିଲା ବାଙ୍କୀ କଲେଜର ଖେଳପଡିଆ ଦର୍ଶକ ଗ୍ୟାଲେରୀ, ନିମ୍ନମାନର କାମ ହୋଇଥିବା ଅଭିଯୋଗ କଲେ ଅଞ୍ଚଳବାସୀ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଏହି ଦର୍ଶକ ଗ୍ୟାଲେରୀକୁ ଗତମାସ ୨୩ ତାରିଖରେ ସାଧାରଣଲୋକ ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ଲୋକାର୍ପିତ ହୋଇଥିଲା। ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗ୍ୟାଲେରୀକୁ ଉଦଘାଟନ କରିଥିଲେ।

ବାଙ୍କୀ(କେନ୍ୟୁଜ୍): ଭୁଶୁଡି ପଡ଼ିଲା ୯ ଦିନ ହେବ ଉଦଘାଟନ ହୋଇଥିବା ଖେଳପଡିଆ ଦର୍ଶକ ଗ୍ୟାଲେରୀ। କଟକ ଜିଲ୍ଲା ବାଙ୍କୀ ସ୍ୱଂୟ ଶାସିତ ମହା ବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକ ଗ୍ୟାଲେରୀ ଆଜି ଭୋର ସମୟରେ ବର୍ଷା ଯୋଗୁ ଭୁଶୁଡି ପଡିଛି। ବାଙ୍କୀ ପୂର୍ତ୍ତ ବିଭାଗ ଜରିଆରେ ଠିକାଦାର କାର୍ଯ୍ୟ ଏଭଳି କରିଛନ୍ତି ଯେ ବର୍ଷାରେ ଭୁଶୁଡି ପଡିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଏହି ଦର୍ଶକ ଗ୍ୟାଲେରୀକୁ ଗତମାସ ୨୩ ତାରିଖରେ ସାଧାରଣଲୋକ ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ଲୋକାର୍ପିତ ହୋଇଥିଲା। ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗ୍ୟାଲେରୀକୁ ଉଦଘାଟନ କରିଥିଲେ। ବାହାର ଠିକାଦାର କାର୍ଯ୍ୟ କରି ତାହାର ଆଉ ଦର୍ଶନ ନାହିଁ। ନିମ୍ନମାନର କାର୍ଯ୍ୟ ହେଉଥିବା ବେଳେ ପୁରାତନଛାତ୍ରମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା।ହେଲେ କେହି କର୍ଣ୍ଣପାତ କରି ନଥିଲେ। ଯାହା ଫଳର ଫଳ ସ୍ବରୂପ ଆଜି ଭୁଶୁଡି ପଡିଛି ଗ୍ୟାଲେରୀ।