Below header

ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଙ୍କ ଟ୍ବିଟ୍: ଓଡିଶା ପୋଲିସକୁ ଗାଳି କରିବା ସହ କାର୍ଯ୍ୟ ଦକ୍ଷତା ନେଇ ଉଠାଉଥିଲେ ପ୍ରଶ୍ନ

ଭୁବନେଶ୍ୱର(କେନ୍ୟୁଜ୍): ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଙ୍କ ଟ୍ବିଟ୍। ଟ୍ବିଟରେ ଓଡିଶା ପୋଲିସକୁ ଗାଳି କରୁଥିଲେ। ପୋଲିସର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠାଉଥିଲେ। ଏପଟେ ଧିରେ ଧିରେ ଖୋଲୁଛି ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ମାୟାଜାଲର ଗୁମର । ଦିନ ଗଡୁଛି, ତାଲିକା ଲମ୍ବୁଛି। ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ରହସ୍ୟ । ଏକାଧିକ ଲୋକଙ୍କୁ ପଚରାଉଚରା କରି ତଥ୍ୟ ହାସଲ କରୁଛି ପୋଲିସ । ମାତ୍ର ୫ ବର୍ଷରେ କେମିତି ଉପାର୍ଜନ କଲେ ଏତେ ଟଙ୍କା। କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କ ଅର୍ଥ କାରବାର ନେଇ ତଦନ୍ତ କରୁଛି। ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଚାଲିଛି ଖୋଳତାଡ।

tweet

ଅର୍ଚ୍ଚନାର ମନି ଟ୍ରେଲ ନେଇ ଅଧିକ ତଦନ୍ତ ପାଇଁ EOW ର ସହାୟତା ନେବ କମିଶନରେଟ ପୋଲିସ। ଏପଟେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ର କେଉଁଠି । କେଉଁଠି ଆତ୍ମଗୋପନ କରିଛନ୍ତି ? ସେ ଧରାପଡ଼ିଲେ ବ୍‌୍ଲାକମେଲିଂର ଅଧିକ ରହସ୍ୟ ଖୋଲିପାରେ । ଖଗେଶ୍ୱରକୁ ଧରିବା ପାଇଁ ପୋଲିସ ସ୍ପେସାଲ୍‌ ଟିମ୍‌ ଗଠନ କରିଥିବା ସୂଚନା ମିଳିଛି । ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ନାଁରେ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ବର୍ତ୍ତମାନ ସୁଦ୍ଧା ଅର୍ଚ୍ଚନା ବିରୋଧରେ ଦାୟର ଦୁଇଟି ଏତଲା ଉପରେ ତଦନ୍ତ ଚାଲିଛି ।

ଏକାଧିକ ଲୋକଙ୍କୁ ପଚରାଉଚରା କରି ତଥ୍ୟ ହାସଲ କରୁଛି ପୋଲିସ । ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ପୋଲିସ ପଚରାଉଚୁରା କରିସାରିଛି। ତାଙ୍କ ବୟାନ ମଧ୍ୟ ରେକର୍ଡ ହୋଇଥିବା ମଧ୍ୟ ସୂଚନା ମିଳିଛି। ପୁଣି ଥରେ ଅକ୍ଷୟ ପରିଜା, ପୀଡ଼ିତା ଯୁବତୀଙ୍କୁ ପଚରା ଉଚୁରା କରିବ କମିଶନରେଟ ପୋଲିସ। ଅର୍ଚ୍ଚନାଙ୍କ ସେକ୍ସ ରାକେଟର କାରବାର ରାଜ୍ୟ ବାହାରକୁ ଲମ୍ବିଛି। ସେ ନେଇ ମଧ୍ୟ ଖୋଳତାଡ କରୁଛି ପୋଲିସ। ଆବଶ୍ୟ ହେଲେ ଅର୍ଚ୍ଚନଙ୍କ ରିମାଣ୍ଡ ଆବେଦନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.