ଚଳନ୍ତା ବସରେ ଲାଗିଗଲା ନିଆଁ, ଡ୍ରାଇଭରଙ୍କ ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଚଳନ୍ତା ବସରେ ନିଆଁ । ମହାରାଷ୍ଟ୍ର ପୁନେ ଅମ୍ବେଗାଓଁ ଅଞ୍ଚଳରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଛି। ବସ୍‌ରେ ୨୭ ଜଣ ଯାତ୍ରୀ ରହିଥିଲେ। ଏହି ବସରେ ଥିବା ଯାତ୍ରୀମାନଙ୍କର କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ଡ୍ରାଇଭର ଜଣକ ଉପସ୍ଥିତି ବୁଦ୍ଧି ଖଟାଇ ବସ୍‌କୁ ରୋକିଥିଲେ ଏବଂ ତୁରନ୍ତ ବସ୍‌ ଭିତରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ। ବସ୍‌ରେ ନିଆଁ ଲାଗିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ହାହାକାର ପଡିଥିଲା। ଗତକାଲି ପୁନେରୁ ବସଟି ଯାଉଥିବା ବେଳେ ହଠାତ ଇଞ୍ଜିନରୁ ଧୂଆଁ ବାହାରିଥିଲା।

ବସ୍‌ଟି ମହାରାଷ୍ଟ୍ର ପୁନେରୁ ୨୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଭୀମାଶଙ୍କର ମାର୍ଗରେ ସକାଳ ୬.୩୦ ମିନିଟରେ ନିଆଁ ଲାଗିଯାଇଥିଲା। ଏ ନେଇ ଡ୍ରାଇଭର ଜାଣିବା ପରେ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ବସରୁ ଓହ୍ଲାଇ ଦେଇଥିଲେ । ଏହା ପରେ ବସର ଅନ୍ୟ ଭାଗରେ ନିଆଁ ଲାଗିଯାଇଥିଲା । ରାସ୍ତା ଉପରେ ବସଟି ସଂପୂର୍ଣ୍ଣ ଜଳିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Also Read : ଗତ ୯ ମାସ ମଧ୍ୟରେ ଭାରତରେ ପଶିଛି ୧୯୧ ପାକିସ୍ତାନୀ ଡ୍ରୋନ୍‌, ପଞ୍ଜାବ ସେକ୍ଟରରେ ପ୍ରବେଶ କରିଛି ସର୍ବାଧିକ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.