ଆଲୋକ ବର୍ମା ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସର : ଅରୂପ ପଟ୍ଟନାୟକ

ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁମ୍ବାଇର ପୂର୍ବତନ ପୋଲସ କମିଶନର ତଥା ଆଲୋକ ବର୍ମାଙ୍କ ବ୍ୟାଚ୍‌ ମେଟ୍‌ ଅରୂପ ପଟ୍ଟନାୟକ । କହିଛନ୍ତି, ଆଲୋକ ବର୍ମା ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସର । ସରକାର ତାଙ୍କୁ କଳେ, ବଳେ କୌଶଳେ ବିଦା କଲେ । ମୁଁ ମଧ୍ୟ ସିବିଆଇରେ ୫ବର୍ଷ ରହିଥିଲି । ମୋ ନାଁ ମଧ୍ୟ ସିବିଆଇ ନିର୍ଦ୍ଦେଶକ ପାଇଁ ୨୦୧୪ ମସିହାରେ ଯାଇଥିଲା । ହେଲେ ପ୍ୟାନେଲ୍‌ରେ ଥିବା ଜଣେ ବରିଷ୍ଠ ବ୍ୟକ୍ତି କହିଲେ ଏ ଅରୂପ ପଟ୍ଟନାୟକ ଚାଲିବ ନାହିଁ । ଇଏ ନିର୍ଦ୍ଦେଶକ ହେଲେ ଆମ କାମ ଚାଲି ପାରିବ ନାହିଁ । ଯାହାକୁ ଚାହୁଁଛନ୍ତି ସେମାନେ ତାଙ୍କୁ ନିର୍ଦ୍ଦେଶକ ଭାବେ ରଖୁଛନ୍ତି । ମୁଁ ଏହାକୁ ଅତି ନିକଟରୁ ଦେଖିଛି । ଆଲୋକ ବର୍ମା ଇସ୍ତଫା ଦେଇ ଭଲକାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.