Below header

ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ତଦନ୍ତ ପାଇଁ ଗଠନ ହେଲା SIT, ନେତୃତ୍ୱ ନେବେ ଅରୁଣ ବୋଥ୍ରା

କେନ୍ୟୁଜ୍(ବ୍ୟୁରୋ): ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ପାଞ୍ଚ ଜଣିଆ ଏସଆଇଟି ଗଠନ କରାଯାଇଛି । ଏହି ଟିମର ନେତୃତ୍ୱ ନେବେ ଆଇପିଏସ୍‌ ଅରୁଣ ବୋଥ୍ରା । ତାଙ୍କ ସହ କ୍ରାଇମବ୍ରାଞ୍ଚ ଏସପି ଆର୍‌. କେ. ଦୋରା, କ୍ରାଇମବ୍ରାଞ୍ଚ ଏଏସପି ଆର୍‌. ସି. ଥମ୍ବା, କ୍ରାଇମବ୍ରାଞ୍ଚ ଇନିସପେକ୍ଟର ନରେନ୍ଦ୍ର ବେହେରା ଓ ମମତା ରାଣୀ ପଣ୍ଡା । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

ଅନୁମତି ପାଇଁ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ କରାଯିବ । ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବ ଏସଆଇଟି । ଗତକାଲି ବିଧାନସଭାରେ ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ନେଇ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ଆଜି ଗଠନ ହୋଇଛି ପାଞ୍ଚ ଜଣିଆ ଏସଆଇଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.