ଯାଜପୁର: ଆସନ୍ତା ଜାନୁଆରି ୧୨ ତାରିଖରେ ଯାଜପୁରରେ ଆୟୋଜିତ ହେବ ଅଶୋକ ଦାସ ମିନି ମାରାଥନ

ଯାଜପୁର ଟାଉନ(କେନ୍ୟୁଜ୍): ଆସନ୍ତା ଜାନୁଆରି ୧୨ ତାରିଖରେ ଯାଜପୁରରେ ଆୟୋଜିତ ହେବ ଅଶୋକ ଦାସ ମିନି ମାରାଥନ । ପୂର୍ବତନ ବିରୋଧୀ ଦଳ ନେତା ଅଶୋକ ଦାସଙ୍କ ନାମରେ ପ୍ରତିବର୍ଷ ଏହି ମିନି ମାରାଥନ ଆୟୋଜିତ ହେଉଛି । ଚଳିତ ବର୍ଷ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏହି ମିନି ମାରାଥନ ମାଳଆନନ୍ଦପୁର ଖେଳ ପଡିଆରୁ ଆରମ୍ଭ ହୋଇ ବାଳାଶ୍ରମ ପଡିଆରେ ଉଦଯାପିତ ହେବ । ଏହି ମାରାଥନରେ ଉଭୟ ପୁରୁଷ ଓ ମହିଳା ଅଂଶଗ୍ରହଣ କରିପାରିବେ । ଏଥିପାଇଁ ରେଜିଷ୍ଟ୍ରେସନ ଜାରି ରହିଛି । ଆସନ୍ତା ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗୀ ମାନେ ନିଜର ନାମ ପଂଜିକରଣ କରି ପାରିବେ । ଏଥିରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ନଗଦ ୨୦ ହଜାର ଟଙ୍କା,ଦ୍ୱିତୀୟ ପ୍ରତିଯୋଗୀଙ୍କୁ ୧୫ହଜାର,ତୃତୀୟ ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା ଏବଂ ୭ ଜଣ ପ୍ରତିଯୋଗୀଙ୍କୁ ନଗଦ ୫ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପୁରସ୍କାର ଆକାରରେ ପ୍ରଦାନ କରାଯିବ । ଏହି ଅବସରରେ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ପାଂଉଣ୍ଡେସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.