ଲିଙ୍ଗରାଜ ମନ୍ଦିରରେ ଏଏସଆଇ ଟିମର ଅନୁଧ୍ୟାନ

ଭୁବନେଶ୍ୱର(କେନ୍ୟୁଜ୍‌) : ଲିଙ୍ଗରାଜ ମନ୍ଦିରରେ ଆଜି ଏଏସଆଇ ଟିମ ପହଞ୍ଜି ସ୍ଥିତିର ଅନୁଧ୍ୟାନ କରିଛି । ମନ୍ଦିର ସିଂହଦ୍ୱାର କବାଟ ମରାମତି, ଗର୍ଭଗୃହରେ ପାଣି ଗଳିବା ଘଟଣାରେ ଅନୁଧ୍ୟାନ କରିଛନ୍ତି ଟିମ୍ ।

ଅନେକ ସମୟରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର କବାଟ ମରାମତି ଓ ବର୍ଷା ଦିନେ ଗର୍ଭଗୃହରେ ପାଣି ଗଳୁଥିବା ନେଇ ଅଭିଯୋଗ ଆସୁଥିଲା । ତେବେ ଏନେଇ ଆଜି ଏଏସଆଇର ଏକ ସ୍ୱତନ୍ତ୍ର ଟିମ୍ ମନ୍ଦିରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ।

ସିଂହଦ୍ୱାର କବାଟ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏଥିରେ ରୂପା ଟ୍ୟାଗିଙ୍ଗ କରାଯିବା ନେଇ ସେବାୟତ ପ୍ରସ୍ତାବ ରଖିଛନ୍ତି । ଅନୁଧ୍ୟାନ ବେଳେ ଏଏସଆଇ ସୁପରିଟେଣ୍ଡିଙ୍ଗ ଆର୍କିଓଲୋଜିଷ୍ଟଙ୍କ ସହ ବରିଷ୍ଠ ଅଧିକାରୀ, ବିଏସି କମିଶନର ସଞ୍ଜୟ ସିଂ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.