Below header

ଚାନ୍ଦବାଲି : ଇଭିଏମରେ ଭାଗ୍ୟ ବନ୍ଦ ଥିବା ପ୍ରାର୍ଥୀ ଏବେ ବାବା ଆଖଣ୍ଡଳମଣିଙ୍କ ଶରଣରେ

ଚାନ୍ଦବାଲି (କେନ୍ୟୁଜ୍) : ନିର୍ବାଚନ ଫଳାଫଳ ବାହାରିବା ଆଉ ମାତ୍ର କେତେ ଘଣ୍ଟା ରହିଛି। ଇଭିଏମରେ ଭାଗ୍ୟ ବନ୍ଦ ଥିବା ପ୍ରାର୍ଥୀ ଏବେ ଭଗବାନଙ୍କ ଶରଣରେ। ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠରେ ଜମୁଛି ପ୍ରାର୍ଥୀଙ୍କ ଭିଡ଼। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ବାବାଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଛନ୍ତି। ସେହିଭଳି କେନ୍ଦ୍ରାପଡ଼ା ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ମଧ୍ୟ ଆଖଣ୍ଡଳମଣିଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଗତକାଲି ବିଜେପି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ବାବାଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଫଳାଫଳ ବାହାରିବା ପୂର୍ବରୁ ନେତା ଠାକୁରଙ୍କ ଆଶିଷ ଲାଭ କରିବାକୁ ଆରଡ଼ିରେ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.