ପାକିସ୍ତାନକୁ ସର୍ଜିକାଲ୍ ଷ୍ଟ୍ରାଇକ୍ ଭୟ, ଚାହୁଁନି ପୁଣି ଥରେ ମୋଦି ହୁଅନ୍ତୁ ଭାରତର ପ୍ରଧାନମନ୍ତ୍ରୀ

ଆତଙ୍କରେ ଆତଙ୍କୀ ରାଷ୍ଟ୍ର । ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ଭୟରେ ଥରୁଛି ପଡୋଶୀ ପାକିସ୍ତାନ । ଚାହୁଁନି ପୁଣି ଥରେ ମୋଦି ହୁଅନ୍ତୁ ଭାରତର ପ୍ରଧାନମନ୍ତ୍ରୀ । ପାକିସ୍ତାନର ଅନେକ ଚ୍ୟାନେଲ୍ ଯେତେବେଳେ ଏକଜିଟ୍ ପୋଲର ଫଳାଫଳ ପରେ ନିଜର ଦେଶବାସୀଙ୍କୁ ନେଇ ପ୍ରଶ୍ନ କରିଥିଲା ସେତେବେଳେ ସମସ୍ତେ ଏକସ୍ବରରେ କହିଥିଲେ ମୋଦି ଦ୍ବିତୀୟ ଥର ପିଏମ୍ ହେବା ଉଚିତ୍ ନୁହେଁ ।

ପାକିସ୍ତାନ ଲୋକଙ୍କ କହିବା ଅନୁଯାୟୀ ମୋଦି ହେଉଛନ୍ତି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିବା ପିଏମ୍ । ତେଣୁ ସେ ଦ୍ବିତୀୟ ଥର ସତ୍ତାକୁ ଆସିବା ଉଚିତ୍ ନୁହେଁ । ଅନ୍ୟପଟେ ପାକ୍ ପିଏମ୍ ଇମରାନ୍ ଖାନ୍ ଏକ ବୟାନ୍ ଦେଇଥିଲେ ଯେ ଯଦି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଉଭୟ ଦେଶର ସମ୍ପର୍କରେ ସୁଧାର ଆସିପାରେ ।

ତେବେ ଆଉ ମାତ୍ର କିଛି ଘଂଟାର ଅପେକ୍ଷା । ଶେଷ ହେବ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ । ଆସନ୍ତାକାଲି ସ୍ପଷ୍ଟ ହୋଇଯିବ କିଏ ସମ୍ଭାଳିବ ଦେଶର ଶାସନଭାର । ତେବେ ଏକଜିଟ୍ ପୋଲରୁ ଜଣାପଡିଛି ବିଜେପି ଗଢିବ ସରକାର । ଆଉ ଯଦି ଏକଜିଟ୍ ପୋଲର ରିପୋର୍ଟ ସତ ହୁଏ ତେବେ ପୁଣି ଥରେ ଶାସନ ଗାଦିରେ ବସିବେ ନରେନ୍ଦ୍ର ମୋଦି । ତେଣୁ ଆସନ୍ତାକାଲି ନିର୍ବାଚନ ଫଳାଫଳ ଉପରେ ସବୁ ଦେଶବାସୀଙ୍କ ନଜର । କେବଳ ଭାରତ ନୁହେଁ ପଡୋଶୀ ପାକିସ୍ତାନ ମଧ୍ୟ ଚାହିଁ ବସିଛି ଆସନ୍ତାକାଲିକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.