ଏବେ ରାଷ୍ଟ୍ରପତି ଭରସା : ଧାନର MSP ମୂଲ୍ୟ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବ ବିଧାନସଭା ଗୃହ କମିଟି

ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ MSPକୁ ନେଇ ଗୃହ କମିଟି ବୈଠକ। ନିଷ୍ପତ୍ତି ହେଲା, ଏଥର ଆଉ ପ୍ରଧାନମନ୍ତ୍ରୀ ନୁହଁ, ରାଷ୍ଟ୍ରପତିଙ୍କୁ ଭେଟି, ଦାବି ରଖିବେ। ଏମ୍‌ଏସ୍‌ପି ବୃଦ୍ଧି ଦାବି ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ସମୟ ମଗାଯାଇଥିଲା। କିନ୍ତୁ ମୋଦି ସମୟ ଦେଲେନି। ଏବେ ରାଷ୍ଟ୍ରପତି ଭବନଠାରୁ ସମୟ ମଗାଯିବ। ଆଜିର ବୈଠକକୁ କିନ୍ତୁ, ଆସି ନଥିଲେ ବିଜେପି ସଦସ୍ୟ।

ଗତବର୍ଷ ଧାନର ଏମ୍‌ଏସ୍‌ପି ଥିଲା ୧୫୫୦ ଟଙ୍କା। ସେହି ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ଚାଷୀମାନେ ପାଇପାରୁ ନାହାଁନ୍ତି ବୋଲି ବିଜେପିର ଅଭିଯୋଗ । ତେଣୁ ଚଳିତ ବର୍ଷ ଘୋଷଣା କରାଯାଇଥିବା ୧୭୫୦ ଟଙ୍କା, ଚାଷୀ କିପରି ପାଇବେ ସେ ନେଇ ସରକାର ଚିନ୍ତା କରନ୍ତୁ ବୋଲି ବିଜେପି କହିଛି।

ରାଜ୍ୟ ବିଧାନସଭାରେ, ଏମ୍‌ଏସ୍‌ପିକୁ ୨୯୩୦ ଟଙ୍କା କରିବାକୁ ସର୍ବ ସମ୍ମତିରେ ପ୍ରସ୍ତାବ ଗୃହୀତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଖରିଫ ଧାନର ଏମ୍‌ଏସ୍‌ପିକୁ କେନ୍ଦ୍ର ସରକାର ୨ଶହ ଟଙ୍କା ବଢାଇ, ୧୭୫୦ ଟଙ୍କା କରିଛନ୍ତି। ଯାହାକୁ ବିଜେପି ଐତିହାସିକ ଓ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ବୋଲି କହୁଛି। କିନ୍ତୁ ରାଜ୍ୟ ସରକାର, ଉତ୍ପାଦନ ଖର୍ଚ୍ଚ ହିସାବ ଉପରେ ପ୍ରଶ୍ନ ଉଠାଇଛନ୍ତି।

You might also like