ପଶ୍ଚିମବଙ୍ଗରେ ପାଠ ପଢୁଥିବା ଓଡ଼ିଆ ଭାଷାଭାଷୀ ଶିକ୍ଷାର୍ଥୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା, ୨୨ ଶହ ପୁସ୍ତକ ସହ ପ୍ରାଥମିକ ଏବଂ ମାଧ୍ୟମିକ ପୁସ୍ତକ ମାଗଣାରେ ବଣ୍ଟନ

ପଶ୍ଚିମବଙ୍ଗରେ ପାଠ ପଢୁଥିବା ଓଡ଼ିଆ ଭାଷାଭାଷୀ ଶିକ୍ଷାର୍ଥୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା । ଶିକ୍ଷା ବିଭାଗ ପକ୍ଷରୁ ଉତ୍କଳୀୟ ମଳିତ ମଞ୍ଚ ସଂଗଠନ ଜରିଆରେ ପାଠ୍ୟପୁସ୍ତକ ପ୍ରଦାନ କରାଯାଇଛି । ମୋଟ ୧୬ଟି ସାଙ୍ଗଠନିକ ଓ ସରକାରୀ ସ୍କୁଲକୁ ପ୍ରାୟ ୨୨ ଶହ ପୁସ୍ତକ ସହ ପ୍ରାଥମିକ ଏବଂ ମାଧ୍ୟମିକ ପୁସ୍ତକ ମାଗଣାରେ ଦିଆଯାଇଛି ।

ଏହି ଅବସରରେ ବାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାକୁ ମିଳିତ ମଞ୍ଚ ସଭାପତି ରବି ନାରାୟଣ ମହାପାତ୍ର କରିଥିଲେ । ମାତୃଭାଷାରେ ପ୍ରବାସୀ ଓଡ଼ିଆ ଶିକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସହଯୋଗକୁ ସମ୍ପାଦକ ବିଜୟ ବାରିକ ସ୍ୱାଗତ କରିଥିଲେ । ପ୍ରଶାସକ ବିଶାମ୍ବର ପରିଡା, ସତ୍ୟନନ୍ଦ ସାହୁ, ପ୍ରଧାନ ଶିକ୍ଷକ ଶକ୍ତିଦେବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.