କେବଳ ନଡ଼ିଆ ତେଲ ନୁହେଁ, ନଡ଼ିଆ ପାଣି ମଧ୍ୟ କେଶ ପାଇଁ ବହୁତ ଦରକାରୀ; ଜାଣନ୍ତୁ ଏହାର ଫାଇଦା

ଶୀତଦିନେ କେଶ ଜନିତ ସମସ୍ୟା ପ୍ରାୟ ସମସ୍ତଙ୍କ ଠାରେ ଦେଖାଯାଏ। ଶୀତ ଯୋଗୁ କେଶର ଯତ୍ନ ନେବାରେ ଅସୁବିଧା ହୋଇଥାଏ। ଆଳସ୍ୟ ଯୋଗୁ ଆମେ କେଶରେ କୌଣସି ପ୍ୟାକ୍‌ ଲଗାଇନଥାଉ, ଫଳରେ କେଶ ଶୁଷ୍କ ହୋଇଯାଏ। ଏଭଳି ସ୍ଥିତିରେ ଏକ ସହଜ ଉପାୟ ଆପଣାଇ ଆପଣ କେଶକୁ ମୁଲାୟମ୍‌ ଓ ଚମକଦାର କରିପାରିବେ।

ଚୁଟିକୁ ମଜଭୁତ କରିବା ପାଇଁ ନଡ଼ିଆ ତେଲ ତ ବ୍ୟବହାର କରିଥାନ୍ତି, କିନ୍ତୁ ଆପଣ ଚାହିଁଲେ ନଡ଼ିଆ ପାଣିକୁ ବ୍ୟବହାର କରି ମଧ୍ୟ କେଶକୁ ଚମକଦାର କରିପାରିବେ। ଏକ୍ସପର୍ଟଙ୍କ ମୁତାବକ, ନଡ଼ିଆ ପାଣିରେ ନଡ଼ିଆ ତେଲ ତୁଳନାରେ ଅଧିକ ପୋଷକ ତତ୍ତ୍ୱ ଭରି ରହିଛି। ଏହାକୁ ମୁଣ୍ଡରେ ଲଗାଇବା ମଧ୍ୟ ଖୁବ୍‌ ସହଜ। ଆସନ୍ତୁ ଜାଣିବା ନଡ଼ିଆ ପାଣିକୁ ଚୁଟିରେ କେମିତି ଲଗାଇବେ…

ନଡ଼ିଆ ପାଣିକୁ ଏକ ଗିନାରେ ଛାଣି କି ରଖନ୍ତୁ। ୪ରୁ ୫ ଚାମଚ ନଡ଼ିଆ ପାଣିରେ ଏକ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହି ମିଶ୍ରଣକୁ ହାତରେ କିମ୍ବା ତୁଳାରେ ନେଇ କେଶ ମୂଳରେ ଘଷନ୍ତୁ। ଏହା ଆରାମରେ ଚୁଟି ମୂଳକୁ ଭେଦି ଯିବ। ମୁଣ୍ଡରେ ଏହି ମିଶ୍ରଣକୁ ଲଗାଇବାର ୧ ଘଣ୍ଟା ପରେ ସାମ୍ପୁ କରି ଦିଅନ୍ତୁ। ଆପଣ ଏହାକୁ ରାତିରେ ମୁଣ୍ଡରେ ଲଗାଇ ସକାଳେ ବି ସଫା କରିପାରିବେ।

ନଡ଼ିଆ ପାଣିରେ ମିନେରାଲ୍ସ, ଭିଟାମିନ୍‌, ଆଇରନ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଭଳି ତତ୍ତ୍ୱ ରହିଛି, ଯାହା ଶରୀର ସହ କେଶର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଦରକାରୀ ହୋଇଥାଏ। ନଡ଼ିଆ ପାଣି ଲଗାଇବା ଦ୍ୱାରା ରୁପି ସମସ୍ୟା ମଧ୍ୟ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.