ଦକ୍ଷିଣ ପୂର୍ବ ରେଳପଥରେ ଗୁଡସ କରିଡ଼ର ପାଇଁ ତୃତୀୟ ଲାଇନ କାମ ଆରମ୍ଭ: ଉଚ୍ଛେଦ ହେବ ବାଲେଶ୍ୱର ପୌରପାଳିକା ଅଧିନ ୩ଟି ୱାର୍ଡର ୬୦୦ ପରିବାର

ଶୀଘ୍ର ରେଲୱେ ଜାଗା ଛାଡ଼ିବାକୁ ନୋଟିସ ଜାରି

ବାଲେଶ୍ୱର: ଦକ୍ଷିଣ ପୂର୍ବ ରେଳପଥରେ ଗୁଡସ କରିଡ଼ର ପାଇଁ ତୃତୀୟ ଲାଇନ କାମ ଆରମ୍ଭ ହୋଇଯାଇଛି । ସେଥିପାଇଁ ବାଲେଶ୍ୱର ପୌରପାଳିକା ଅଧିନ ୩ଟି ୱାର୍ଡର ୬୦୦ ପରିବାରଙ୍କୁ ଉଚ୍ଛେଦ କରାଯିବ । ଏଥିପାଇଁ ରେଲୱେ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମାପଚୁପ ଆରମ୍ଭ ହୋଇଥିବା ବେଳେ ଶୀଘ୍ର ରେଲୱେ ଜାଗା ଛାଡ଼ିବାକୁ ନୋଟିସ ଜାରି କରାଯାଇଛି ।

ରେଳ ପଥର ସମ୍ପ୍ରସାରଣ ପାଇଁ ବାଲେଶ୍ୱରବାସୀ ସ୍ୱାଗତ କରିଥିବା ବେଳେ ଅପରପକ୍ଷେ ଜବର ଦଖଲକାରୀଙ୍କୁ ଥଇଥାନ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛି । ତେବେ ଲୋକଙ୍କୁ ବିକଳ୍ପ ସ୍ଥାନ ଯୋଗାଇବା ସହ ଖୁବ୍‌ଶୀଘ୍ର ତୃତୀୟ ଲାଇନ କାଯ୍ୟର୍କୁ ତ୍ୱରାନ୍ଵିତ ପାଇଁ ବାଲେଶ୍ୱରବାସୀ ଆଶା ବାନ୍ଧିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.