କରୋନା ଟିକା ପାଇଁ ଭାରତକୁ ପ୍ରଶଂସା କଲେ ବ୍ରାଜିଲ ରାଷ୍ଟ୍ରପତି, ହନୁମାନଙ୍କ ଫଟୋ ସେୟାର କରି ଜଣାଇଲେ ଧନ୍ୟବାଦ

କରୋନାକୁ ମାତ୍‌ ଦେବାକୁ ବ୍ରାଜିଲକୁ କୋଭିଡ୍‌ ଭ୍ୟାକ୍‌ସିନ୍‌ ପଠାଇଛି ଭାରତ। ଏଣୁ ଭାରତ ଉପରେ ବେଶ୍‌ ଖୁସି ଅଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ। ସେ ଭାରତର ଏହି ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏ ଅବସରରେ ସେ ହନୁମାନଙ୍କ ଫଟୋ ଟ୍ଵିଟ୍‌ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଧନ୍ୟବାଦ କହିଛନ୍ତି।

ରିପୋର୍ଟ ମୁତାବକ, ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋ କହିଛନ୍ତି, ନମସ୍କାର ନରେନ୍ଦ୍ର ମୋଦି…ମହାମାରୀକୁ ଦୂର କରିବା ପାଇଁ ଭାରତ ଏକ ମହାନ ଭାଗୀଦାର ହୋଇଥିବାରୁ ବ୍ରାଜିଲ ଆଜି ନିଜକୁ ବେଶ୍‌ ସମ୍ମାନିତ ମନେ କରୁଛି। ବ୍ରାଜିଲକୁ କରୋନା ଭ୍ୟାକ୍‌ସିନ୍‌ ରୂପେ ସାହାଯ୍ୟ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ସୂଚନାଯୋଗ୍ୟ ଯେ ବ୍ରାଜିଲ ସମେତ ଭାରତ ଆରବ, ଦକ୍ଷିଣ ଆଫ୍ରିକା, ମରକ୍କୋ, ବାଂଲାଦେଶ ଓ ମିଆଁମାରକୁ କୋଭିଡ୍‌ ଭ୍ୟାକ୍‌ସିନ୍‌ ପଠାଇଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡର ୨୦ ଲକ୍ଷ ଡୋଜ୍‌ ବିମାନ ମାଧ୍ୟମରେ ଶୁକ୍ରବାର ମୁମ୍ବାଇରୁ ବ୍ରାଜିଲ ଅଭିମୁଖେ ଯାତ୍ରା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.