ଭିଜିଲାନ୍ସ ଜାଲରେ ନୂଆପଡ଼ା ACSO, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍‌

ନୂଆପଡ଼ା(କେନ୍ଯୁଜ୍):ଭିଜିଲାନ୍ସ ଜାଲରେ ନୂଆପଡ଼ା ACSO। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ। ନୂଆପଡ଼ା ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର ରତ୍ନାକର ସେଠୀଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍‌।

କଟକ ଚାଉଳିଆଗଞ୍ଜରେ ୩ ମହଲା, ବାଲିସାହିରେ ୨ ମହଲା କୋଠା ଠାବ ହୋଇଛି। ବାଲିସାହିରେ ନଟରାଜ ପ୍ୟାଲେସ୍‌ ନାମକ କଲ୍ୟାଣ ମଣ୍ଡପ ରହିଛି। ଚୌଦ୍ୱାର ଓରନ୍ଧାରେ ଅଛି ୩ ଏକର ଜମିରେ ଘର ।

୧ କୋଟି ୧୩ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ପ୍ରିମିୟମ ଦେଇଛନ୍ତି ରତ୍ନାକର। ଚଢାଉ ବେଳେ ଅଧ କେଜି ସୁନା ଓ ଅଢ଼େଇ କେଜି ରୁପା ଅଳଙ୍କାର ଠାବ ହୋଇଛି। ୬ଟି ଟିମ୍‌ରେ ୬ ଡିଏସ୍‌ପି ଓ ୧୨ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.