ଭିଜିଲାନ୍ସ ଜାଲରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅଜୟ କୁମାର ବେହେରା

ବାରିପଦା: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ଘରେ ଚଢାଉ କରାଯାଇଛି। ବାରିପଦା, ଶୂନଗଡିଆସ୍ଥିତ ବାସଭବନ ସହ ପୈତୃକ ବାସଭବନ, ସୋରୋ କାର୍ଯ୍ୟାଳୟ ଓ କଟକ ସିଡିଏସ୍ଥିତ ଶ୍ୱଶୁର ଘରେ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌। ବାରିପଦା, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଭିଜିଲାନ୍‌ସ ଟିମ୍ ପକ୍ଷରୁ ଏକାସଙ୍ଗେ ଚଢାଉ ଜାରି ରହିଛି। ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏହାସହ ଏକାଧିକ ଗାଡି ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଜବତ ସମ୍ପତ୍ତିର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.