ପ୍ରାଚୀନ ବଟେଶ୍ୱର ମନ୍ଦିରରୁ ଅଷ୍ଟଧାତୁରେ ନିର୍ମିତ ଶିବପାର୍ବତୀ ଚନ୍ଦ୍ରଶେଖର ମୂର୍ତ୍ତି ଚୋରି
ପୁରୀ(କେନ୍ୟୁଜ) : ପୁରୀ ଜିଲ୍ଲା ସଦର ବ୍ଲକ ଚନ୍ଦନପୁର ଥାନା ଅନ୍ତର୍ଗତ ଗଡ଼ମୃଗଶୀରା ଗାଁର ପ୍ରାଚୀନ ବଟେଶ୍ୱର ମନ୍ଦିରରୁ ଚୋରି ହୋଇଛି ଏକ ଅଷ୍ଟଧାତୁରେ ନିର୍ମିତ ଶିବପାର୍ବତୀ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି। ଏହି ଅଷ୍ଟଧାତୁ ନିର୍ମିତ ମୂର୍ତ୍ତିର ଓଜନ ୪୫ କେଜି ରୁ ଅଧିକ ହେବ ବୋଲି ଜଣାଯାଇଛି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିର ଗେଟ୍ର ତାଲା ଭାଙ୍ଗି ମୂର୍ତ୍ତି ଚୋରି କରି ନେଇଥିବା ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଦ୍ୱାଦଶ ଶତାବ୍ଦୀରେ ବଟେଶ୍ୱର ମନ୍ଦିର ନିର୍ମାଣ କରାଯାଇଥିଲା । ତେବେ ଶ୍ରୀମନ୍ଦିର ଓ ରାଜବାଟୀର ସୁରକ୍ଷା ଉଦ୍ଦେଶ୍ୟରେ ମୃଗଶୀରା ନକ୍ଷତ୍ର ନାମ ଅନୁସାରେ ରାଜା ତୃତୀୟ ଅନଙ୍ଗଭୀମ ଦେବ ମୃଗଶୀରା ଗଡ଼ରେ ସ୍ଥାପନା କରିଥିଲେ । ଏହି ମୂର୍ତ୍ତି ଚୋରି ଘଟଣାରେ ତଦନ୍ତ କରି ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ଦାବି ହେଉଛି ।