‘ମୋନିକା ଓଃ ମାଈଁ ଡାର୍ଲିଙ୍ଗ’ଗୀତର ଧୂନରେ ନାଚିଲେ ଇଣ୍ଡିଆନ୍‌ ନେଭିର ଯବାନ, ଭିଡିଓ ଦେଖିଲେ ଝୁମି ଉଠିବେ ଆପଣ

ନିକଟରେ ସାରା ଦେଶ ୭୩ତମ ଗଣତନ୍ତ୍ର ଦିବସ ପାଳନ କରିଛି। ତେବେ ଏବେ କିନ୍ତୁ ସୋସିଆଲ ମିଡିଆରେ ସାଧାରଣତନ୍ତ୍ର ଦିବସକୁ ନେଇ ଏକ ରିହର୍ସଲ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭାରତୀୟ ନୌସେନାର ଜବାନଙ୍କର ଏହି ଭିଡିଓ ଏବେ ସବୁ ଭାରତୀୟଙ୍କ ମନ ଜିତୁଛି। ଏଥିରେ ଭାରତୀୟ ନୌସେନାର ଜବାନର ବ୍ୟାଣ୍ଡକୁ ବର୍ଦ୍ଦି ସହିତ ହାତରେ ରାଇଫଲ ଧରିଥିବାର ଦେଖିବାକୁ ମିଳୁଛି। ସବୁ ଜବାନ ପରେଡ ମାର୍ଚ ପାଇଁ ବଲିଉଡ୍‌ ଗୀତ ‘ମୋନିକାା ଓ ମାଇଁ ଡାର୍ଲିଙ୍ଗ’ ଗୀତରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି।

ଭାରତୀୟ ନୌସେନାଙ୍କ ଜବାନ ୧୯୬୭ରେ ଆସିଥିବା ଫିଲ୍ମ ‘କାରଓ୍ଵା’ର ବହୁ ପୁପଲାର ସଙ୍ଗ୍‌ ‘ମୋନିକା ଓଃ ମାଇଁ ଡାର୍ଲିଙ୍ଗ’ର ଧୂନ ବଜାଇ ମାର୍ଚ କରୁଥିବାର ନଜର ଆସୁଛନ୍ତି। ଏହି ସମୟରେ ନୌସେନା ଜବାନ ନିଜ ନିଜର ରାଇଫଲ୍ସକୁ ହାତରେ ଧରି ଥାପୁଡାଇ ଥାପୁଡାଇ ତାଳ ଦେଉଥିବା ଦେଖିବାକୁ ମିଳିଛି। ସେହିପରି କିଛି ଜବାନ ଗୀତର ଧୂନର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳୁଛି। ସେହିପରି ଏହି ଭିଡିଓରେ ଦେଖିପାରୁଥିବେ ଯେ ଏହି ଗୀତ ଭାରତୀୟ ନୌସେନାଙ୍କ ବ୍ୟାଣ୍ଡ ଦ୍ୱାରା ବଡ ଉତ୍ସାହର ସହିତ ବଜାଯାଉଛି। ୨.୨୫ ମିନିଟର ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିସାରିଲେଣି।

ସେହିପରି ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭିଡିଓକୁ ନିଜର ଅଫିସିଆଲ ଆକାଉଣ୍ଟରେ ସେୟାର କରାଯାଇଛି। ଏହାସହିତ ଏହି ଭିଡିଓ ସହିତ କ୍ୟାପ୍ସନରେ ଲେଖା ହୋଇଛି, ‘କ୍ୟା ନଜାରା ହେ’। ଏହି ଭିଡିଓକୁ ଦେଖିଲେ ଦେଶ ଭକ୍ତିରେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଲୋକମାନେ ଏହି ଭିଡିଓକୁ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ ଏହା ଏବେ ଖୁବ୍‌ ଭାଇରାଲ ହେଉଛି।