କଥାଶିଳ୍ପୀ ବୀଣାପାଣି ମହାନ୍ତିଙ୍କୁ ମିଳିବ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର

ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତିଙ୍କୁ ଓଡ଼ିଆ ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯିବ । ଆଜି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଘୋଷଣା କରାଯାଛି । ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା । ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଭଳି ୩୪ଟି ଗଳ୍ପ ସଙ୍କଳନ କରିଛନ୍ତି ବୀଣାପାଣି ମହାନ୍ତି । ସାହିତ୍ୟ ସାଧନା ଲାଗି ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମି, ସାରଳା ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଭଳି ସମ୍ମାନ ସେ ପାଇଛନ୍ତି । ଅର୍ଥନୀତିରେ ପ୍ରଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିବା ବୀଣାପାଣିଙ୍କୁ ଏବେ ୮୪ ବର୍ଷ ବୟସ ।

 

Leave A Reply

Your email address will not be published.