Below header

ପୋଲିସକୁ ଦେଖି ଏଟିଏମ୍ ଲୁଟେରା ଚମ୍ପଟ୍

ଭୁବନେଶ୍ବର (କେନ୍ୟୁଜ୍) : ଏଟିଏମରୁ ଲୁଟ୍ ପାଇଁ ପୂରା ଦମରେ ଲାଗିଥିଲେ ଲୁଟେରା । ହେଲେ ଠିକଣା ବେଳକୁ ପହଞ୍ଚି ଗଲେ ପୋଲିସ୍ । ସବୁ ଛାଡ଼ି ଛୁଡ଼ି ଦୌଡ଼ି ପଳାଇଲେ ଦୁର୍ବୃତ୍ତ । ଏଇ ଘଟଣା ଘଟିଛି ଭୁବନେଶ୍ବର ଗଣ୍ଡମୁଣ୍ଡା ସତ୍ୟସାଇ ମହିଳା କଲେଜ ନିକଟରେ । ରାତି ପ୍ରାୟ ୨ଟା ବେଳେ ସମସ୍ତେ ବାତ୍ୟା ଭୟରେ ଘରେ ଉତ୍କଣ୍ଠାରେ ଥିବା ବେଳେ ସେହି ମଉକା ଦେଖି ଲୁଟେରାମାନେ ଲୁହା କଟର ମେସିନରେ ଏଟିଏମକୁ କାଟିବା ପାଇଁ ଚେଷ୍ଟା ଚଳାଇଥିଲେ ।

ATM LOOTERA-3

ତେବେ ଏହି ସମୟରେ ସହରରେ ପଇଁତରା ମାରୁଥିବା ପିସିଆର-୧୬ ପହଞ୍ଚିଥିଲା ସେହି ଜାଗାରେ । ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଚମ୍ପଟ୍ ମାରିଥିଲେ । ତେବେ ସିସିଟିଭିରେ ସେମାନଙ୍କ କାରନାମା ରେକର୍ଡିଂ ହୋଇଯାଇଛି । ଅବଶ୍ୟ ଚାଲାକ ଲୁଟେରା ମୁହଁରେ କପଡ଼ା ବାନ୍ଧି ଲୁଟ୍ ଉଦ୍ୟମ କରୁଥିଲେ । ଜଣେ ଲୁଟେରାର ଫଟୋ ଆସିଛି । ପୋଲିସ୍ ସିସିଟିଭି ରେକର୍ଡ଼ିଂ ଦେଖି ଦୁର୍ବୃତ୍ତଙ୍କୁ ଧରିବା ଲାଗି ତନାଘନା ଚଳାଇଛି ।

ATM LOOTERA

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.