ପୂଜା ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ନୂଆପଡ଼ା (କେନ୍ଯୁଜ) : ଦଶହରା ଅବସରରେ ନୂଆପଡା ଜିଲ୍ଳା ଖଡ଼ିଆଳର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି । ପ୍ରତିପଦା ଠାରୁ ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ପୀଠରେ ଷୋଡ଼ଷ ଉପଚାରରେ ପୂଜା ଆରମ୍ଭ ହୋଇଛି । ବିଜୟା ଦଶମୀ ଉପଲକ୍ଷେ ମା ସମଲେଶ୍ୱରୀ ଦେବୀ ବୁଏଲଛତର ଯାତ୍ରାରେ ବାହାରି ନଗର ପରିକ୍ରମା କରନ୍ତି । ପରେ ମଧ୍ୟରାତ୍ରିରେ ଖଡ଼ିଆଳ ସହରର ପୁରୁୁଣା ହାଟ ନିକଟରେ ଦେବୀଙ୍କ ଖପର ଚୋପା ଉତ୍ସବ ଅନୁଷ୍ଠିତ ହୋଇଥାଏ । ମାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ ।

ଦୁର୍ଗାପୂଜା ପାଇଁ ନୂଆପଡା ଜିଲ୍ଲା ଖଡିଆଳ ସହର ଚଳଚଂଚଳ ହୋଇଉଠିଛି । ଏବର୍ଷ ଖଡିଆଳ ପଟ୍ଟନାୟକ ପଡା ପୂଜା କମିଟି ପକ୍ଷରୁ ମା ଦୁର୍ଗାଙ୍କ ନବରାତ୍ରୀ ପୂଜା ବହୁ ଯାକଯମକରେ ପାଳନ କରାଯାଉଛି । ଆକର୍ଷଣୀୟ ସୁଉଚ୍ଚତୋରଣ ସାଙ୍ଗକୁ ବିଭିନ୍ନ ରଂଗ ବେରଙ୍ଗର ଆଲୋକ ମାଳାରେ ସଜେଇ ହୋଇଛିି ସହର । ଏଠାରେ ୯ ଦିନ ଧରି  ମା ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ବେଶରେ ଷୋଡଶ ଉପଚାରରେ ପୂଜା କରାଯାଏ । ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି ।

କୁଚିଣ୍ଡା ସହରରେ ମାଙ୍କୁ ସ୍ୱତନ୍ତ୍ର ରିତିନିତିରେ ପୂଜା କରାଯାଉଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ବସଷ୍ଟାଣ୍ଡ ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଆରମ୍ଭ ହୋଇଛି ।ମାଙ୍କ ଦର୍ଶନ ପାଇଁ ପ୍ରତିପଦାଠାରୁ ଦଶମୀ ପର୍ଯ୍ୟନ୍ତ ପୂଜା ମଣ୍ଡପରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥାଏ । ଭକ୍ତମାନେ କଳସ ଶୋଭାଯାତ୍ରାରେ ଖର୍ଲା ନଦୀକୁ ଯାଇ ସେଠାରେ ରୀତିନିତି ଅନୁସାରେ ପୂଜା କରିଥିଲେ । ପରେ ମନ୍ଦିରରେ ଅଧିବାସ ପୂଜା ହୋଇଥିଲା । ଘଣ୍ଟ, ଶଙ୍ଖଧ୍ୱନି ଓ ବେଦମନ୍ତ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମାଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.