ଏଟିଏମ୍‌ ଲୁଟ୍‌ ଉଦ୍ୟମ କରି ବିଫଳ ହେଲା ଲୁଟେରା, ଲୋକଙ୍କୁ ଦେଖି ଛୁ ମାରିଲା

ଭୁବନେଶ୍ବର(କେନ୍ଯୁଜ୍): ଏଟିଏମ୍‌ ଲୁଟ୍‌ ଉଦ୍ୟମ କରି ବିଫଳ ହେଲା ଲୁଟେରା । ରାଜଧାନୀ ଉପକଣ୍ଠ ବାଳକାଟି ବଜାର ଫାଣ୍ଡି ଛକରେ ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଛି। ଗତକାଲି ରାତି ୧୦ଟା ସମୟରେ ଲୁଟେରା ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଟଙ୍କା ବାହାର କରିବାକୁ ଚେଷ୍ଟା କରୁଥିଲା ।

ହେଲେ ଲୁଟେରାକୁ ଦେଖି ଦେଇଥିଲେ ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଲୁଟେରାର ଫେରାର ହୋଇଯାଇଛି। ସିସିଟିଭି ଆଧାରରେ ତଦନ୍ତ କରାଯିବ ବୋଲି ବାଳକାଟି ଫାଣ୍ଡି ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.