ଆଠଗଡ଼: ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିବାବେଳେ ୫ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

ଆଠଗଡ଼(କେନ୍ୟୁଜ୍): ପୋଲିସକୁ ପିଟିଲେ ଲୋକେ । ୫ ଜଣ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି । ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅଞ୍ଚଳରେ ଆକ୍ରମଣ କରିଛନ୍ତି ଲୋକେ । ଆକ୍ରମଣର ଶିକାର ହୋଇଛନ୍ତି ଜଗତପୁର ଆଇଆଇସି। ପୋଲିସ ଟିମ୍‌ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିବାବେଳେ ଗାଁ ଲୋକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସକୁ ଆକ୍ରମଣ ସହ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପୋଲିସ ଟିମ୍‌ ସାଦା ପୋଷାକରେ ଚଢଉ ପାଇଁ ଯାଇଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଗୁରୁଡିଝାଟିଆ ପୋଲିସ ଆହତ ପୋଲିସଙ୍କୁ ଉଦ୍ଧାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.