Below header

ଗଜପତି ବିରିକୋଟ ଗାଁରେ ଅଭାବନୀୟ ଘଟଣା: ଲକଡାଉନ ସମୟରେ ପାଟ୍ରୋଲିଙ୍ଗ କରୁଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

ମୋହନା: ଲକଡାଉନରେ ପାଟ୍ରୋଲିଙ୍ଗ ବେଳେ ପୋଲିସ ଉପରକୁ ଆକ୍ରମଣ ହୋଇଛି l ଗଜପତି ଜ଼ିଲ୍ଲା ଅଡବା ପୋଲିସ ୭ଜଣ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଙ୍ଗ କରୁଥିବା ବେଳେ ବିରିକୋଟ ଗ୍ରାମଠାରେ କିଛି ଲୋକ ଏକାଠି ଜମା ଦେଖି ସେମାନଙ୍କ ନିକଟକୁ ଯାଇଥିଲେ। ସେଠାରେ ଏକ ଜାରରେ ମହୁଲି ମଦ ଭର୍ତ୍ତି ହୋଇଥିବା ଦେଖି ପୋଲିସ ମଦ ଜବତ କରିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଉପସ୍ଥିତ ଜନସାଧାରଣମାନେ ପୋଲିସ ଗାଡି ଏବଂ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ l ଏଥିରେ ଗାଡିଟି ଭାଙ୍ଗିରୁଜି ଯାଇଥିବା ବେଳେ କିଛି କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି l ସେମାନଙ୍କୁ ପ୍ରାଥମିକ ଚିକିଚ୍ଛା ପରେ ଛାଡିଦିଆଯାଇଛି l

policeଆକ୍ରମଣ ପରେ ଉତ୍ୟକ୍ତ ଲୋକେ ପୋଲିସ କର୍ମଚାରୀ ମାନଙ୍କୁ ଅଟକ ମଧ୍ୟ ରଖିଥିଲେ। ସେଠାରେ ବିଜୟ ନାୟକ ନାମକ ଜଣେ ବ୍ୟକ୍ତି ନିଜକୁ ମୋହନା ବିଧାୟକଙ୍କ ପିଏ ର ପରିଚୟ ଦେବାସହ ଡିୟୁଟି ରେ ଥିବା ଏସଆଇ ଚନ୍ଦନ କୁମାର ଦାସଙ୍କୁ ଚାକିରିରୁ ବାହାର କରିଦେବାର ଧମକ ମଧ୍ୟ ଦେଇଥିଲେ। ଖବର ପାଇ ଅଡବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ଘଟଣା ସ୍ଥଳରେ ପହଞ୍ଚି ଅଟକ କର୍ମଚାରୀ ମାନଙ୍କୁ ଉଦ୍ଧାର କରିଥିଲେ l

police vanଅନ୍ୟପଟେ ଏନେଇ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଅଡବା ପୋଲିସ ସୂଚନା ଦେଇଛି l ଆପାତକାଳୀନ ପରିସ୍ଥିତି ରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୋଲିସ କର୍ମଚାରୀ ମାନଙ୍କୁ ଏଭଳି ଆକ୍ରମଣ ନ କରିବା ପାଇଁ ଗଜପତି ଏସପି ସାରା ଶର୍ମା ନିବେଦନ କରିବା ସହ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି l ଅନ୍ୟପଟେ ପୋଲିସ ସେମାନଙ୍କୁ ଅକାରଣରେ ମାଡ ମାରିଥିବା ଜନସାଧାରଣ ଅଭିଯୋଗ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.