ସ୍କୁଲରେ ଆଶ୍ରୟ ଦେଇ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା : ୫ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ଛାନଭିନ୍ କରୁଛି ପୋଲିସ

ଯାଜପୁର ରୋଡ଼ (କେନ୍ୟୁଜ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୫ ଗିରଫ । ୫ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଗତକାଲି ରାତିରେ କଳିଙ୍ଗନଗର ଥାନାରେ ଏତଲା ଦିଆଯିବା ପରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ଅଭିଯୋଗ ଅନୁଯାୟୀ, ଗତ ରବିବାର ଆନନ୍ଦପୁର ଅଞ୍ଚଳର ଜଣେ ନାବାଳିକା ନିଜ ସମ୍ପର୍କୀୟ ଭାଇ ସହ ଭଉଣୀ ଘରକୁ ଯାଉଥିଲେ । ଡୁବୁରୀ ଛକରେ ଗାଡି ନମିଳିବାରୁ ଚାଲି ଚାଲି ଯାଉଥିଲେ ଭାଇଭଉଣୀ । ୫ଜଣ ଯୁବକ ଆସି ସେମାନଙ୍କୁ ପଚରାଉଚରା କରିବା ସହ ଏକ ବିଦ୍ୟାଳୟରେ ରାତିରେ ରହିଯିବାକୁ କହିଥିଲେ । ରାତିରେ ବିଦ୍ୟାଳୟରେ ଆଶ୍ରୟ ନେଇଥିବାବେଳେ ୫ଜଣ ଆସି ସଂପର୍କୀୟ ନାବାଳକ ଭାଇକୁ ମାଡ ମାରିବା ସହ ସ୍କୁଲ ଛାତ ଉପରକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ତେବେ ଦୁଷ୍କର୍ମକାରୀଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ନାବାଳିକା ଜଣକ ସ୍କୁଲ ଛାତରୁ ତଳକୁ ଡେଇଁ ପଡିଛନ୍ତି । ପରେ ଭାଇଠୁ ଖବର ପାଇ ଗାଁ ଲୋକେ ସେଠାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ନାବାଳକ ଭାଇକୁ ନିଜ ହେପାଜତରେ ରଖିଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ଛାନଭିନ୍ କରୁଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଗତକାଲି ରାତିରେ କଳିଙ୍ଗନଗର ଥାନାରେ ଏତଲା କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.