ପୁଣି ବର ସାଜିବେ ହ୍ରିତିକ୍‌ ରୋଶନ! ପତ୍ନୀଙ୍କୁ ଛାଡ଼ପତ୍ର ପରେ ୧୨ ବର୍ଷ ସାନ ପ୍ରେମିକାଙ୍କୁ କରିବେ ଦ୍ୱିତୀୟ ବିବାହ

ଅଭିନେତା ହ୍ରିତିକ୍‌ ରୋଶନ ଗତ କିଛି ମାସ ହେବ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍‌ କରୁଛନ୍ତି। ବର୍ତ୍ତମାନ ଏହାକୁ ନେଇ ଉଭୟ ଅଧିକ ଓପନ୍‌ ହୋଇ ଯାଇଛନ୍ତି। କହି ରଖୁଛୁ, ନିକଟରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ହ୍ରିତିକ୍‌ ଓ ସବା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ବୋଲି ଆଶା କରାଯାଇଛି। କିଛି ଦିନ ତଳେ ଦୁହେଁ ଛୁଟି କଟାଇବାକୁ ବିଦେଶ ଯାଇଥିଲେ ଏବଂ ସେହି ସମୟର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।

ଯଦିଓ ହ୍ରିତିକ୍‌ ରୋଶନ ଓ ସବା ଆଜାଦ୍‌ଙ୍କ ବିବାହକୁ ନେଇ ଅଫିସିଆଲି ଭାବେ କୌଣସି ଖବର ସାମ୍ନାକୁ ଆସିନାହିଁ। କିନ୍ତୁ ଅନେକ ମିଡିଆ ରିପୋର୍ଟ ମୁତାବକ, ଦୁହେଁ ଜଲ୍‌ଦି ସାତ ଫେରା ନେଇ ପାରନ୍ତି। ନିକଟରେ ଫିଲ୍ମଫେୟାର ଏକ ପୋଷ୍ଟ ସେୟାର କରି ଲେଖିଥିଲା ଯେ ହ୍ରିତିକ୍‌ ସବାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି। ମିଡିଆ ଇଣ୍ଡଷ୍ଟ୍ରୀରେ ଏହି ଖବର ଦ୍ରୁତ ଗତିରେ ବ୍ୟାପି ଚାଲିଛି।

ସେହିପରି କିଛି ଦିନ ତଳେ ଜଣାଶୁଣା ଜ୍ୟୋତିଷ ବେଜାନ ଦାରୁଓ୍ଵାଲା ମଧ୍ୟ ଏ ନେଇ ଭବିଷ୍ୟବାଣୀ କରିଥିଲେ। ସେ କହିଥିଲେ କି, ଆଗାମୀ ସମୟରେ ହ୍ରିତିକ୍‌ ରୋଶନ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେବେ। ଏହି ଭବିଷ୍ୟବାଣୀ ସେତେବେଳେ କରାଯାଇଥିଲା, ଯେତେବେଳେ ହ୍ରିତିକ୍‌ ନିଜ ପ୍ରଥମ ପତ୍ନୀ ସୁଜୈନ୍‌ ଖାନଙ୍କୁ ଛାଡ଼ପତ୍ର ଦେଇଥିଲେ।

କହି ରଖୁଛୁ, ହ୍ରିତିକ୍‌ ଓ ସବାଙ୍କୁ ପ୍ରଥମ ଥର ପାଇଁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ସ୍ପଟ୍‌ କରାଯାଇଥିଲା। ସେବେଠାରୁ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ଖବର ଚର୍ଚ୍ଚାରେ ରହି ଆସିଛି। ପରେ ଏହି କପଲ୍‌ ଅଫିସିଆଲି ଭାବେ ଏକାଠି କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ପୋଜ୍‌ ଦେଇଥିଲେ। ହ୍ରିତିକ୍‌ଙ୍କ ସମସ୍ତ ପାରିବାରିକ ଉତ୍ସବରେ ସବାଙ୍କୁ ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.