ବଲିଉଡ ସିଙ୍ଗର ଜାଭେଦ ଅଲ୍ଲୀଙ୍କ ଗୀତରେ ଝୁମିଲେ ଦର୍ଶକ, କୁନି କୁନି ପିଲା ଦେଖାଇଲେ ନିଜ ପ୍ରତିଭା

ଗତବର୍ଷ ପରି ଚଳିତ ବର୍ଷ ଐତିହାସିକ ନେହୁରୁ ଷ୍ଟାଡିୟମଠାରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଆୟୋଜିତ ହୋଇଯାଇଛି । ଏହି ମହୋତ୍ସବ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି ଯନ୍ତ୍ର ପାତି ମେଳା ଓ ପଲିଶ୍ରୀ ମେଳା ୫ ଦିନ ଧରି ମହା ଆଡମ୍ଭର ସହିତ ଅନୁଷ୍ଠିତ ହୋଇଥିଲା ।

ଭଦ୍ରକ (କେନ୍ୟୁଜ): – କଳା, ସାହିତ୍ୟ, ସଂସ୍କୃତିକୁ ଅଧିକ ବଢ଼ାଇବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତବର୍ଷ ପରି ଚଳିତବର୍ଷ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର ଲୋକକଳା, ଲୋକ ସଂସ୍କୃତି କୁ ବଞ୍ଚାଇ ରଖିବା ସହିତ କୁନି କୁନି କଳାକାରଙ୍କ ଲୁକ୍କାୟିତ ପ୍ରତିଭାର ବିକାଶକୁ ଉତ୍ସାହିତ କରାଯାଉଛି । କେବଳ ଏତିକି ନୁହେଁ ନିଜ ଜିଲ୍ଲା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ହାତ ତିଆରି ଜିନିଷ କୁ ଏହି ମହୋତ୍ସବରେ ପ୍ରଦର୍ଶିତ କରାଯାଇ ବିକ୍ରି କରିବାରେ ମଧ୍ୟ ସୁଯୋଗ ସୃଷ୍ଟି କରାଯାଇଛି । ତେବେ ଚଳିତବର୍ଷ ଏହି ଭଦ୍ରାୟଣୀ ମହୋତ୍ସବ କିପରି ଅନୁଷ୍ଠିତ ହୋଇଥିଲା ଓ କିପରି ଥିଲା ସେଠାକାର ମାହୋଲ ଆସନ୍ତୁ ଜାଣିବା ।

ଗତବର୍ଷ ପରି ଚଳିତ ବର୍ଷ ଐତିହାସିକ ନେହୁରୁ ଷ୍ଟାଡିୟମଠାରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଆୟୋଜିତ ହୋଇଯାଇଛି । ଏହି ମହୋତ୍ସବ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି ଯନ୍ତ୍ର ପାତି ମେଳା ଓ ପଲିଶ୍ରୀ ମେଳା ୫ ଦିନ ଧରି ମହା ଆଡମ୍ଭର ସହିତ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲିଉଡର ବହୁ ନାମିଦାମୀ ସିଙ୍ଗର ଆସି ନିଜର କଳା ଦେଖାଇଥିଲେ । ଯାହା ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିଥିଲା । ବିଶେଷ କରି ବଲିଉଡ ସିଙ୍ଗର ଜାଭେଦ ଅଲ୍ଲୀ,ଆୟନାଙ୍କ ସମେତ ଓଲିଉଡର ଇରା ମହାନ୍ତି, ଅସୀମା ପଣ୍ଡା, ଆଶୁତୋଷ ମହାନ୍ତି ଭଳି ଅନେକ ନାମିଦାମୀ କଳାକାର ଯୋଗ ଦେଇ ନିଜର କଳା ଦେଖାଇଥିଲେ । ସେହିପରି ଜିଲ୍ଲାର କୁନି କୁନି ପିଲାଙ୍କୁ ନିଜ ପ୍ରତିଭା ଦେଖାଇାବାର ସୁଯୋଗ ଦିଆଯାଇଥିଲା । ଅନ୍ୟପଟେ ଜିଲ୍ଲାର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ସହିତ ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ ଆସି ନିଜର ହାତ ତିଆରି ଜିନିଷ ପତ୍ର କୁ ପ୍ରଦର୍ଶିତ କରିବା ସହିତ ବିକ୍ରି କରିବାର ସୁଯୋଗ ମଧ୍ୟ ପାଇଥିଲେ । ମହୋତ୍ସବକୁ ଆସି ଦର୍ଶକ ମାନେ ନାଚ, ଗୀତ ଦେଖି ବେଶ ମଜା ଉଠାଇଥିଲେ ।

ଗତବର୍ଷ ଠାରୁ ଏ ବର୍ଷର ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯାଇଥିଲା. ଲାଇଟ ସଜା ଠାରୁ ଆରମ୍ଭ କରି ଟ୍ରାଫିକର ବ୍ୟବସ୍ଥା ଦର୍ଶକ ମାନଙ୍କ ବସିବା ଆଦି ବ୍ୟବସ୍ଥା କୁ ପ୍ରଶାସନ ପକ୍ଷରୁ ସଠିକ ଭାବେ ବ୍ୟବସ୍ଥିତ କରାଯାଇଥିଲା । ସେହିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମହୋତ୍ସବର ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଏହି ଜିଲ୍ଲା ମହୋତ୍ସବର ଆକର୍ଷଣ ପ୍ରତିବର୍ଷ ବଢିବା ସହିତ ଭଦ୍ରକ ଜିଲ୍ଲାର କଳା ଓ ସଂସ୍କୃତି ଆହୁରି ବଢ଼ିଛି । ଏନେଇ ଜିଲ୍ଲାବାସୀ ବେଶ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.