ଲୋକସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନ : ପିଏମ କିସାନ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀ ଲାଭ ଉଠାଇଛନ୍ତି
ପିଏମ କିସାନ ସମ୍ମାନ ନିଧି ଯୋଜନା ଜରିଆରେ କୋଟି କୋଟି କୃଷକଙ୍କୁ ଲାଭ ମିଳିଛି । ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ହୋଇଛି । ପ୍ରାୟ ୧୧.୮ କୋଟି ଚାଷୀ ଲାଭ ଉଠାଇଛନ୍ତି । ଏହି ଯୋଜନାର ଲାଭ ଦେଶର ଅନ୍ନଦାତା ଉଠାଉଛନ୍ତି ।

ସଂସଦରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି । ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର । ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ ଗତ ୧୦ ବର୍ଷରେ ଅର୍ଥ ବ୍ୟବସ୍ଥାରେ ଉନ୍ନତି ହୋଇଛି ଆଉ ରୋଜଗାର ବଢିଛି । ଲୋକଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚିପାରିଛି । ଅର୍ଥ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆସିଥିବା ବେଳେ ଗୃହ, ପାଣି, ବିଦ୍ୟୁତ ଭଳି ସୁବିଧା ଲୋକଙ୍କ ପାଖରେ ପହଞ୍ଚିଛି । ସମସ୍ତ ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଦେଶରେ ୧୦ ବର୍ଷରେ ଭିତ୍ତିଭୂମିର ବିକାଶ ହୋଇଛି ।
ପିଏମ କିସାନ ସମ୍ମାନ ନିଧି ଯୋଜନା ଜରିଆରେ କୋଟି କୋଟି କୃଷକଙ୍କୁ ଲାଭ ମିଳିଛି । ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ହୋଇଛି । ପ୍ରାୟ ୧୧.୮ କୋଟି ଚାଷୀ ଲାଭ ଉଠାଇଛନ୍ତି । ଏହି ଯୋଜନାର ଲାଭ ଦେଶର ଅନ୍ନଦାତା ଉଠାଉଛନ୍ତି । ପିଏମ ଫସଲ ଯୋଜନାର ଲାଭ ୪ କୋଟି କୃଷକ ପାଇଛନ୍ତି । ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ବାହାରକୁ ଅଣାଯାଇଛି । ୮୦ କୋଟି ଲୋକଙ୍କୁ ରାସନ ସାମଗ୍ରୀ ସୁବିଧା ମିଳୁଛି ।
ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି । ପିଏମ ସ୍ୱନିଧି ଯୋଜନାରେ ୭୮ ଲକ୍ଷ ଭେଣ୍ଡରର୍ସଙ୍କୁ ଲାଭ ମିଳିଛି । ୩୪ ଲକ୍ଷ କୋଟି ଟଙ୍କା ଜନଧନ ଜରିଆରେ ଟ୍ରାନ୍ସଫର ହୋଇଛି ।