ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଅଟୋକୁ ଧକ୍କା ଦେଲା ଡମ୍ଫର, ଜଣେ ଆହତ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଅଟୋକୁ ପଛପଟୁ ଡମ୍ଫର ଧକ୍କା ଦେବା ଫଳରେ ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲ ଭର୍ତ୍ତି କରାଯାଇଛି।

ଅଟୋଟି ଡମଣା ପଟରୁ ଜୟଦେବ ବିହାର ଅଭିମୁଖେ ଆସୁଥିବା ବେଳେ ଡମ୍ପର ଓଭରଟେକ୍‌ କରି ଅଟୋକୁ ସାଇଟ୍‌ ମାରିଥିଲା। ଫଳରେ ଅଟୋଟି ନିୟନ୍ତ୍ରଣ ହରାଇ ଡିଭାଇର ଉପରେ ମାଡି ଯାଇଥିଲା। ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। ଡମ୍ପରଟି ଓଭରଟେକ୍‌ କରି ପଳାଇଥିଲା। ତେବେ ଏ ନେଇ ଅଟୋ ଚାଳକ ଥାନାରେ ମାମଲା ରୁଜୁ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.