ବନ୍ଧୁକ ଦେଖାଇ ମୋବାଇଲ ଲୁଟ ଉଦ୍ୟମରେ ବିଫଳ ହେବା ପରେ ଗୁଳିମାଡ କରି ଫେରାର ହେଲେ ଦୁବୁର୍ତ୍ତ

କେନ୍ୟୁଜ୍: ଛାତ୍ରଙ୍କୁ ମାଡ ଓ ମୋବାଇଲ୍‌ ଲୁଟ୍‌ ପ୍ରତିବାଦରେ ଉତ୍ତେଜନା। ପୁରୀ ଜିଲ୍ଲା ଭିଆଇପି ରୋଡରେ ଛାତ୍ରଛାତ୍ରୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ର ଜନ୍ମେଜୟ ମନ୍ତ୍ରୀଙ୍କୁ ଗତକାଲି ରାତିରେ ୨ଜଣ ଦୁବୁର୍ତ୍ତ ମାଡ ମାରି ଲହୁ ଲୁହାଣ କରିଥିଲେ । ଜନ୍ମେଜୟ ସାଇକେଲରେ ଯାଉଥିବାବେଳେ ହେରାଗୋହରୀ ସାହି ବୋର୍ଡିଂ ଛକ ନିକଟରେ ଆକ୍ରମଣ ହୋଇଥିଲା। ଏହାସହ ବନ୍ଧୁକ ଦେଖାଇ ମୋବାଇଲ ଲୁଟ ଉଦ୍ୟମ ମଧ୍ୟ କରିଥିଲେ। ତେବେ ବିଫଳ ହେବା ପରେ ଗୁଳିମାଡ କରି ଫେରାର ହୋଇଯାଇଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ରାତି ଅଧଯାଏଁ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ଆସାମୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନର ଦାବୀ କରିଥିଲେ। । ଘଟଣାସ୍ଥଳରେ ପୁଲିସ ଓ ମାଜିଷ୍ଟ୍ରେଟ୍‌ ପହଞ୍ଚି ୨ଦିନ ଭିତରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.