Below header

ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ଲଜ୍ଜାଜନକ କାମ, ଫିଟ୍‌ନେସ୍‌ ଟେଷ୍ଟରେ ଫେଲ୍‌ ହୋଇଯିବାରୁ ଦେହରୁ ବାହାର କରିଦେଲେ ସବୁ କପଡ଼ା

ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଉମର ଅକ୍‌ମଲ ପୁଣିଥରେ ବିବାଦରେ ଫସିଛନ୍ତି। ନିଜର ଖରାପ ଫିଟ୍‌ନେସ ଯୋଗୁ ପାକିସ୍ତାନୀ ଟିମ୍‌ରେ ଜାଗା ବନାଇ ପାରୁ ନ ଥିବା ଅକ୍‌ମଲଙ୍କ ଉପରେ ଆସିଛି ଗମ୍ଭୀର ଅଭିଯୋଗ। ମିଡିଆ ରିପୋର୍ଟ ମୁତାବକ, ଉମର ଅକ୍‌ମଲ ପାକିସ୍ତାନର ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଚାଲିଥିବା ଫିଟ୍‌ନେସ ଟେଷ୍ଟରେ ଫେଲ୍‌ ହୋଇଯାଇଥିଲେ, ଯେଉଁଥିପାଇଁ ସେ ଟ୍ରେନରଙ୍କ ସାମ୍ନାରେ ନିଜର ସମସ୍ତ କପଡ଼ା ବାହାର କରିଦେଇଥିଲେ।

u1

ରିପୋର୍ଟ ମୁତାବକ, ଯେତେବେଳେ ଅକ୍‌ମଲଙ୍କ ଶରୀରର ଫ୍ୟାଟ୍‌ ମାପିବାର ଟେଷ୍ଟ ହେଉଥିଲା, ଏହାକୁ ସେ ପାସ୍‌ କରିପାରି ନ ଥିଲେ। ଫଳରେ ସେ ରାଗରେ ନିଜର କପଡ଼ା ଖୋଲିଦେଇଥିଲେ।

କ୍ରିକେଟ୍‌ େଓ୍ଵବ୍‌ସାଇଟ ESPN Cricinfoର ରିପୋର୍ଟ ମୁତାବକ, ଉମର ଅକ୍‌ମଲ କପଡ଼ା ଖୋଲି ଟ୍ରେନରଙ୍କୁ ପଚାରିଥିଲେ, କେଉଁଠି ଫ୍ୟାଟ୍‌ ଅଛି? ଘଟଣା ପରେ ଅକ୍‌ମଲ ପିସିବି ପାଖରେ ଅଭିଯୋଗ କରିଛନ୍ତି। ତେବେ କୁହାଯାଉଛି କି, ଏହି ବ୍ୟାଟ୍ସମ୍ୟାନଙ୍କ ଉପରେ ରୋକ୍‌ ଲଗାଯାଇପାରେ। ତାଙ୍କୁ ଆଗାମୀ ଘରୋଇ ଟୁର୍ନାମେଣ୍ଟରୁ ବାହାର କରିବା ଉପରେ ବିଚାର ବିମର୍ଶ ଚାଲିଛି।

u5

କହି ରଖୁଛୁ, ୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ଚାଲିଥିବା ବେଳେ ଉମର ଅକ୍‌ମଲଙ୍କୁ ଇଂଲଣ୍ଡରୁ ପାକିସ୍ତାନ ପଠାଇ ଦିଆଯାଇଥିଲା। ଫିଟ୍‌ନେସ୍‌ ଟେଷ୍ଟରେ ଫେଲ୍‌ ହୋଇଯିବାରୁ ସେହି ସମୟର କୋଚ୍‌ ମିକି ଆର୍ଥର ତାଙ୍କ ଉପରେ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.