ଚିକିତ୍ସା ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ, ଅଭିଯୋଗ ପରେ ଧାରଣାରେ ବସିଲେ ପରିବାର ଲୋକ

ବାଲେଶ୍ୱର (କେନ୍ୟୁଜ): ନବଜାତର ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସା ଅବହେଳାରୁ ନବଜାତ କନ୍ୟାର ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ଧାରଣାରେ ବସିଲେ ପରିବାର ଲୋକ । ବାଲେଶ୍ୱର ସହର ଚିଡ଼ିଆ ପୋଲ ସ୍ଥିତ ଦୁର୍ଗା ନର୍ସିଂ ହୋମ୍‌ରେ ଡାକ୍ତର ଓ ନର୍ସଙ୍କ ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ନର୍ସିଂହୋମ୍‌ ଫାଟକ ସାମ୍ନାରେ ଧାରଣାରେ ବସିଲେ ମୃତ ଶିଶୁ କନ୍ୟାର ପରିବାର ।

ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ଶ୍ୟାମ ସୁନ୍ଦରପୁର ଅଞ୍ଚଳର ମନୋରଞ୍ଜନ ବେହେରା ନିଜ ଝିଅକୁ ପ୍ରସୂତୀ ପାଇଁ ଦୁର୍ଗା ନର୍ସିଂ ହୋମ୍‌ରେ ଭର୍ତ୍ତି କରିଥିଲେ । ଗତ ୪ଦିନ ତଳେ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଜନ୍ମ ବେଳେ ଛୁଆଟି ସୁସ୍ଥ ଥିଲା । ଗତକାଲି ଛୁଆଟି କାନ୍ଦିବାରୁ କାର୍ଯ୍ୟରତ ନର୍ସ ଓ ଡ଼ାକ୍ତରଙ୍କ ପରିବାର ଲୋକେ ଅବଗତ କରିଥିଲେ । ତେବେ ପରିବାର ପକ୍ଷରୁ ବାରମ୍ବାର ଜଣାଇଲା ପରେ ବି ନର୍ସ କି ଡାକ୍ତର କେହି ଶିଶୁକୁ ଦେଖିନଥିଲେ। ଶେଷରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ସହଦେବ ଖୁଣ୍ଟା ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.