ଚଣ୍ଡିଖୋଲକୁ ଉପଖଣ୍ଡ ମାନ୍ୟତା ସହ ବାଲିଚନ୍ଦ୍ରପୁରରେ ମଣ୍ଡଳ କାର୍ଯ୍ୟାଳୟ ପ୍ରତିଷ୍ଠା ଦାବି ନେଇ ସ୍ୱର ଉଠାଇଲା ବଡଚଣା ବିକାଶ ସଚେତନତା ମଞ୍ଚ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲକୁ ଉପଖଣ୍ଡର ମାନ୍ୟତା ଦେବା ସହ ବାଲିଚନ୍ଦ୍ରପୁର ଠାରେ ଏକ ମଣ୍ଡଳ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ଉଠିଛି । ଏନେଇ ଆଜି ବାଲିଚନ୍ଦ୍ରପୁରଠାରେ ବଡଚଣା ବିକାଶ ସଚେତନତା ମଞ୍ଚ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱର ଉଠାଇଛି । ମଞ୍ଚର ଆବାହକ ତଥା ତଥା ପ୍ରାକ୍ତନ ସମିତିସଭ୍ୟ ସର୍ବେଶ୍ୱର ସାମଲଙ୍କ ଆବାହକତ୍ୱରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରବାଦପୁରୁଷ ବିଜୁ ବାବୁଙ୍କ ସମୟରେ ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲା ଗଠନ ଯାଇଥିବା ବେଳେ ଚଣ୍ଡିଖୋଲକୁ ସବଡିଭିଜନର ମାନ୍ୟତା ପ୍ରସ୍ତାବ ରହିଥିଲା । ତେବେ ରାଜଣେତିକ ଇଛାଶକ୍ତି ଅଭାବରୁ ଏହା ଅଧ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ ।

jajpur2

ସେହିପରି ଭୈାଗଳିକ ଦୃଷ୍ଟିକୋଣରୁ ବାଲିଚନ୍ଦ୍ରପୁର ଅଞ୍ଚଳର ଏକ ମଣ୍ଡଳ କାର୍ଯ୍ୟାଳୟ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି । ମୁଖ୍ୟତ ଏହି ଦୁଇଟି ଦାବିକୁ ନେଇ ମଂଚ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ । ଏଥିସହ ବଡଚଣା ଅଂଚଳରେ ସରକାରୀ ଯୋଜନାରେ ହେଉଥିବା ବାଟମାରଣାକୁ ଲୋକଲୋଚନକୁ ଅଣାଯିବ । ସରକାର ଏହି ଦାବିକୁ ବିଚାରକୁ ନନେଲେ ଆଗାମୀ ଦିନରେ ମଞ୍ଚ ଜନଜାଗରଣ ସୃଷ୍ଟି କରିବ ବୋଲି କହିଛି । ଏହି ସମ୍ମିଳନୀରେ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.